ଚନ୍ଦ୍ରଶେଖରପୁର : ଭିଏସ୍ଏସ୍ନଗର ରେଳ ଫାଟକ ନିକଟରେ ମଞ୍ଚେଶ୍ୱରରୁ ଭୁବନେଶ୍ୱର ଅପ୍ ଲାଇନ୍ରେ ଆସୁଥିବା ଏକ ଟ୍ରେନ୍ରେ ପିଟି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକ ଏହା ଦେଖି ତୁରନ୍ତ ନିକଟ ମଞ୍ଚେଶ୍ୱର ଜିଆର୍ପି ଥାନାରେ ସୂଚନା ଦେଇଥିଲେ। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ମୃତ ଯୁବକଙ୍କ ବୟସ ପ୍ରାୟ ୨୬ହେବ। ହେଲେ ତାଙ୍କ ପରିଚୟ ମିଳିପାରି ନାହିଁ। ସେ ଏକ ଜିନ୍ସ ପ୍ୟାଣ୍ଟ ଓ ନୀଳ ରଂଗର ସାର୍ଟ ପିନ୍ଧିଥିଲେ। ଏ ନେଇ ଜିଆର୍ପି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ
Advertisment
Follow Us