ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

Advertisment
ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ବାରଙ୍ଗ : ସୋମବାର ଅପରାହ୍ଣରେ ସର୍ପେଶ୍ବର ରେଳଷ୍ଟେସନ ପାଖ ମହାନଦୀ ବ୍ରିଜ୍‌ ନିକଟରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନରାଜ ଗ୍ରାମର ବାଦଲ ସାହୁ(୪୮)। ବାରଙ୍ଗ ଜିଆର୍‌ପି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବିକୁ ପଠାଇଛି। ବାଦଲ ମହାନଦୀ ରେଳ ଟ୍ରାକ୍‌ରେ ଚାଲିଚାଲି ଘରକୁ ଫେରୁଥିବାବେଳେ ଘଣ୍ଟିଖାଲ ଦିଗରୁ ନରାଜ ଆଡ଼କୁ ଆସୁଥିବା ରାଉରକେଲା ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍‌ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ନାବାଳିକାର ଝୁଲନ୍ତା ମୃତଦେହ ଜବତ
ଚନ୍ଦ୍ରଶେଖରପୁର : ମଞ୍ଚେଶ୍ବର ଥାନା ରଙ୍ଗମାଟିଆ ଗାଁରେ ଏକ ଘରୁ ଜଣେ ନାବାଳିକାର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୁଲିସ ଜବତ କରିଛି। ମୃତ ନାବାଳିକା ହେଲେ ଜ୍ୟୋତିର୍ମୟୀ ପ୍ରଧାନ(୧୬)। ମଞ୍ଚେଶ୍ବର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ପଠାଇଛି। ଜ୍ୟୋତିର୍ମୟୀଙ୍କ ବାପାଙ୍କର କିଛି ବର୍ଷ ପୂର୍ବେ ମତ୍ୟୁ ହୋଇ ଯାଇଥିଲା। ତାଙ୍କ ମା’ ସରୋଜିନୀ ପ୍ରଧାନ ଦୁଇ ଝିଅ ଓ ପୁଅକୁ ନେଇ ରାଜଧାନୀ ଆସି ଜଣେ ଠିକାଦାରଙ୍କ ନିକଟରେ ଶ୍ରମିକ ଭାବେ କାମ କରୁଥିଲେ। ଆଜି ମଧ୍ୟାହ୍ନରେ ଭାଇ ଭଉଣୀ ଘରେ ନଥିଲା ବେଳେ ଜ୍ୟୋତିର୍ମୟୀ ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ତାଙ୍କ ମା’ ଘରକୁ ଖାଇବା ପାଇଁ ଆସି ଦେଖିବା ବେଳକୁ ଘର ଭିତର ପଟୁ ବନ୍ଦ ଥିଲା। ସେ ଝରକା ବାଟେ ଝିଅକୁ ଝୁଲନ୍ତ ଅବସ୍ଥାରେ ଦେଖି ତୁରନ୍ତ କବାଟ ଭାଙ୍ଗି ଭତରେ ପଶି ମୃତଦେହକୁ ତଳକୁ ଓହ୍ଲାଇଥିଲେ। ମଞ୍ଚେଶ୍ବର ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe