ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

Advertisment

ପ୍ରେମକୁ ନେଇ ଆତ୍ମହତ୍ୟା ସନ୍ଦେହ

ପ୍ରେମକୁ ନେଇ ଆତ୍ମହତ୍ୟା ସନ୍ଦେହ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଭୁବନେଶ୍ୱର : ନୂଆପଲ୍ଲୀ ଏନ୍‌-୩ ଅଞ୍ଚଳରୁ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ଜିଲ୍ଲା କାଉପୁର ଅଞ୍ଚଳର ସତ୍ୟବ୍ରତ ଦାସ(୨୫)। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ପୁଲିସ ସୂଚନା ମୁତାବକ, ପାଖାପାଖି ବର୍ଷେ ହେବ ସତ୍ୟବ୍ରତ ନୂଆପଲ୍ଲୀ ଅଞ୍ଚଳରେ ସାଙ୍ଗମାନଙ୍କ ସହ ରହି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ଶୁକ୍ରବାର ରାତିରେ ସତ୍ୟବ୍ରତ ଖାଇସାରି ପଢ଼ାପଢ଼ି କରିଥିଲେ। ପଢ଼ୁଥିବା ସମୟରେ କେହି ଜଣେ ଯୁବତୀ ତାଙ୍କୁ ଫୋନ୍‌ କରିଥିଲେ। ଫୋନ୍‌ରେ କିଛି ସମୟ କଥା ହେବା ପରେ ସତ୍ୟବ୍ରତ ବିରକ୍ତି ଭାବ ପ୍ରକାଶ କରିଥିଲେ। ଫୋନ୍‌ରେ ଉଭୟଙ୍କ ମଧ୍ୟରେ ଜୋର୍‌ରେ ପାଟିତୁଣ୍ଡ ହୋଇଥବା ପରି ଜଣାପଡ଼ୁଥିଲା। ସେତେବେଳେ ସତ୍ୟବ୍ରତ କାନ୍ଦି ପକାଉଥିଲେ। ସତ୍ୟବ୍ରତଙ୍କ ଏଭଳି ବିଚଳିତ ଭାବ ଦେଖି କ’ଣ ହେଇଛି ବୋଲି ସାଙ୍ଗମାନେ ପଚାରିଥିଲେ। ହେଲେ ସତ୍ୟବ୍ରତ କିଛି ଉତ୍ତର ଦେଇ ନଥିଲେ। ଏମିତି ଉଭୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍‌ରେ କଥା ହୋଇଥିଲେ। ଭୋରୁ ସାଙ୍ଗମାନେ ଉଠିବା ବେଳକୁ ସତ୍ୟବ୍ରତ ଡାଇନିଂ ହଲ୍‌ରେ ଝୁଲୁଥିବା ଦେଖିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ସତ୍ୟବ୍ରତ ଏକ ଗାମୁଛାରେ ଝୁଲି ରହିଥିଲେ। ଆଉ ତାଙ୍କ କାନରେ ଇୟରଫୋନ୍‌ ଲାଗି ରହିଥିବା ବେଳେ ମୋବାଇଲ୍‌ ଫୋନ୍‌ ତଳେ ପଡ଼ି ରହିଥିଲା। ସେଠାରୁ ପୁଲିସ ସତ୍ୟବ୍ରତଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିବା ସହ ମୋବାଇଲ୍‌ ଫୋନ୍‌କୁ ଜବତ କରିଥିଲା। ଫୋନ୍‌ ଆସିବା ପରେ ସତ୍ୟବ୍ରତ କାହିଁକି ବିଚଳିତ ହୋଇଥିଲେ? କିଏ ସେହି ରହସ୍ୟମୟୀ ଯୁବତୀ ? ଯାହାଙ୍କ ସହ ସତ୍ୟବ୍ରତ ଦୀର୍ଘ ସମୟ ଧରି କଥା ହେବା ପରେ ଏଭଳି କାଣ୍ଡ ଘଟାଇଥିଲେ। ପୁଲିସ ସତ୍ୟବ୍ରତଙ୍କ ମୋବାଇଲ୍‌କୁ ଯାଞ୍ଚ କରୁଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ବ୍ୟବଚ୍ଛେଦ ରିପୋର୍ଟ ଓ ଫୋନ୍‌ ଯାଞ୍ଚ ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି। ଅନ୍ୟପଟେ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe