ସ୍କୁଲ୍‌ ବସ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ, ଚାଳକ ଅଟକ, ଗାଡ଼ି ଜବତ

Advertisment

ମଙ୍ଗଳବାର ସକାଳେ କଳିଙ୍ଗନଗରସ୍ଥିତ ଆଇଜିକେସି ହସ୍ପିଟାଲ୍‌ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଘରୋଇ ସ୍କୁଲ୍‌ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦକା ଥାନା ପାଇକରାପୁର ଗାଁର ସୌମ୍ୟରଂଜନ ସାହୁ(୩୨)।

ମଙ୍ଗଳବାର ସକାଳେ କଳିଙ୍ଗନଗରସ୍ଥିତ ଆଇଜିକେସି ହସ୍ପିଟାଲ୍‌ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଘରୋଇ ସ୍କୁଲ୍‌ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦକା ଥାନା ପାଇକରାପୁର ଗାଁର ସୌମ୍ୟରଂଜନ ସାହୁ(୩୨)।

sdsdsdxc

ଭୁବନେଶ୍ବର: ମଙ୍ଗଳବାର ସକାଳେ କଳିଙ୍ଗନଗରସ୍ଥିତ ଆଇଜିକେସି ହସ୍ପିଟାଲ୍‌ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଘରୋଇ ସ୍କୁଲ୍‌ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦକା ଥାନା ପାଇକରାପୁର ଗାଁର ସୌମ୍ୟରଂଜନ ସାହୁ(୩୨)। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଭରତପୁର ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଲୋକେ ଧାରଣାରୁ ହଟି ନଥିଲେ। ଫଳରେ ପ୍ରାୟ ଦେଢ଼ଘଣ୍ଟା କାଳ ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ପରେ ଦୁର୍ଘଟଣା ଘଟାଇଥିବା ଶିକ୍ଷାନୁଷ୍ଠାନ ପକ୍ଷରୁ ମୃତକଙ୍କ ପତ୍ନୀଙ୍କୁ ଚାକିରି ଓ ଉପଯୁକ୍ତ କ୍ଷତିପୂରଣ ମିଳିବା ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। 

ସୂଚନାନୁସାରେ ସବୁଦିନ ଭଳି ସୌମ୍ୟ ଆଜି ସାଢ଼େ ୯ଟା ସମୟରେ ଘରୁ ବାହାରି ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ତାଙ୍କ ଦୋକାନକୁ ଯାଉଥିଲେ। ସେ ଆଇଜିକେସି ହସ୍ପିଟାଲ୍‌ ରୋଡ୍‌ରେ ଯାଉଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କୁଲ୍‌ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସୌମ୍ୟ ବସ୍‌ ପଛ ଚକା ତଳେ ରହିଯାଇଥିଲେ ଏବଂ ବସ୍‌ ଚକ ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ବସ୍‌ଟି ସେଠାରୁ ‌ପଳାଇଥିଲା। ସୌମ୍ୟ ସ୍ଥାନୀୟ ଯୁବକ ହୋଇଥିବାରୁ ଘଟଣାସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଯାଇଥିଲା। ଏମିତିକି ଖବର ପାଇ ପାଇକରାପୁରର ଶହଶହ ଲୋକ ଘଟଣାସ୍ଥଳକୁ ଛୁଟି ଆସିଥିଲେ। ବଡ଼ କଥା ହେଉଛି ସୌମ୍ୟ ବାପାମା’ଙ୍କର ଏକମାତ୍ର ପୁଅ ହୋଇଥିବାରୁ ଲୋକଙ୍କ ଭିତରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେହିଭଳି ସୌମ୍ୟଙ୍କ ପରିବାରର ମହିଳାମାନଙ୍କ ବୁକୁଫଟା କ୍ରନ୍ଦନରେ ସେଠାରେ ‌ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଅନ୍ୟ ପକ୍ଷରେ ଭରତପୁର ଥାନା ପୁଲିସ ତୁରନ୍ତ ବସ୍‌କୁ ଚିହ୍ନଟ କରିବା ସହ ଜବତ କରିଥିଲା ଏବଂ ଚାଳକ ଅମୂଲ୍ୟ ରଥକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଯେ ମୃତ ସୌମ୍ୟ ଓ ବସ୍‌ ଚାଳକ ଅମୂଲ୍ୟ ପାଇକରାପୁର ଗାଁର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe