ଚନ୍ଦ୍ରଶେଖରପୁର: ଦେଶ ଆଜି ବିଭିନ୍ନ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏହି ପରିପ୍ରେକ୍ଷୀରେ ସାଧାରଣତନ୍ତ୍ର ଦିବସ ଯୁବଶକ୍ତିଙ୍କ ଲାଗି ଏକ ବଡ଼ ଆହ୍ଵାନ। ଏହାର ଉଚିତ୍ ମୁକାବିଲା କରିବା ସେମାନଙ୍କର ଧେୟ ହେବା ବିଧେୟ। ଜାତୀୟତାବୋଧର ଜାଗରଣ ଆଜିର ଦିନରେ ଆବଶ୍ୟକତା ବୋଲି ଲୁମ୍ବିନୀ ବିହାରସ୍ଥିତ ସୁରକ୍ଷା ପ୍ରୋଜେକ୍ଟ ୱାଟର୍ ପରିସରରେ ଆୟୋଜିତ ୬୯ ତମ ସ୍ୱାଧାରଣତନ୍ତ୍ର ଦିବସ ପାଳନ ଓ ସୁରକ୍ଷା ନାଗରିକ ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦର ସଂପାଦକ ସୈାମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଶିକ୍ଷାବିତ୍ ଡ. ପ୍ରଫୁଲ୍ଲ କୁମାର ଧଳ, ସ୍ଥାନୀୟ କର୍ପୋରେଟର୍ ଦେବୀପ୍ରସାଦ ମଲ୍ଲିକ, ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଅରୁନ୍ଧତୀ ଦେବୀ ପ୍ରମୁଖ ଯୋଗଦେଇଥିଲେ। ସୁରକ୍ଷାର ସଭାପତି ସୁଧାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବନ୍ଦନା ପଣ୍ଡା, କେଶବ ରଣା, ପପୁ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ‘ସୁରକ୍ଷା ନାଗରିକ ସମ୍ମାନ ୨୦୧୮’ ପ୍ରଦାନ କରାଯାଇଥିଲା ।
ଆହ୍ଵାନକୁ ଯୁବଶକ୍ତି ସାମ୍ନା କରିବା ଆବଶ୍ୟକ
Advertisment
Follow Us