ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : ପଳାସୁଣୀ ବ୍ରିଜ୍‌ ଉପରେ ଆଜି ଅପରାହ୍ଣ ପ୍ରାୟ ୨ଟା ୩୦ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୁକେଶ ରଞ୍ଜନ ପାତ୍ର(୨୪)। ଘର ରାୟଗଡ଼ା। ଏଠାରେ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ୁଥିଲେ।

ପୁଲିସ ସୂଚନା ଅନୁଯାୟୀ, ମୁକେଶ ସ୍କୁଟିରେ କଟକରୁ ଭୁବନେଶ୍ୱର ଫେରୁଥିଲେ। ପଳାସୁଣୀ ବ୍ରିଜ୍‌ ଅତିକ୍ରମ କରୁଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇଥିଲା। ମୁକେଶ ସ୍କୁଟିରୁ ଛିଟିକି ପଡ଼ିବା ପରେ ଗାଡ଼ିଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମଞ୍ଚେଶ୍ୱର ଥାନା ପୁଲିସ ମୁକେଶଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକୃତରେ ଏହା ଏକ ଦୁର୍ଘଟଣା ନା କେହି ଦୁର୍ଘଟଣା ରୂପ ଦେବାକୁ ଏପରି ଚେଷ୍ଟା କରିଛି ସେ ନେଇ ପୁଲିସ ତଦନ୍ତ କରୁଛି। ଆସନ୍ତାକାଲି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe