ବିପ୍ଳବୀ ରାସବିହାରୀଙ୍କ ସମ୍ପର୍କରେ ଯୁବପିଢ଼ି ଜାଣିବା ଦରକାର

Advertisment

ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ନେତାଜୀ ଉତ୍ସବ

ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ନେତାଜୀ ଉତ୍ସବ

ବିପ୍ଳବୀ ରାସବିହାରୀଙ୍କ ସମ୍ପର୍କରେ ଯୁବପିଢ଼ି ଜାଣିବା ଦରକାର

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ରାସବିହାରୀ ବୋଷଙ୍କ ଅତୁଳନୀୟ ଅବଦାନ ରହିଛି। ତାଙ୍କର ତୀକ୍ଷ୍‌ଣ ବୁଦ୍ଧିମତ୍ତା, ସାଂଗଠନିକ ଦକ୍ଷତା, ବିଚକ୍ଷଣତା ପାଇଁ ସେ ଭାରତୀୟ ମୁକ୍ତି ସଂଗ୍ରମାକୁ ଆଗେଇ ନେଇଥିଲେ। ବି୍ରିଟିଶ ଶାସକଙ୍କୁ ଝଟ୍‌କା ପରେ ସେ ଝଟ୍‌କା ଦେଇ ଚାଲିଥିଲେ। ଆତ୍ମରକ୍ଷା ଦୃଷ୍ଟିରୁ ସେ ବିଦେଶରେ ରହି ମଧ୍ୟ ସମସ୍ତ ପାଶ୍ଚାତ୍ୟ ଉପନିବେଶବାଦ ବିରୋଧୀ ଶକ୍ତିଙ୍କୁ ଏକତ୍ରିତ କରି ଇଂରେଜ ବାହିନୀଙ୍କୁ ଦୃଢ଼ ଜବାବ ଦେଇଥିଲେ। ଭାଇସରାୟ ହାର୍ଡିଞ୍ଜଙ୍କ ଉପରେ ବୋମା ଆକ୍ରମଣ କରି ଚତୁରତାର ସହ ସେ ବ୍ରିଟିଶଙ୍କ ହାତରୁ ଖସିଯିବା ତାଙ୍କ ବୁଦ୍ଧିମତାର ଏକ ପ୍ରମୁଖ ଦୃଷ୍ଟାନ୍ତ। ସାଧାରଣ ପରିବାରରୁ ଆସି ସେ ଅତୁଳନୀୟ ଦେଶଭକ୍ତିର ପରିଚୟ ଦେଇଥିଲେ। କିନ୍ତୁ ବିପ୍ଳବୀ ରାସବିହାରୀ ବୋଷଙ୍କୁ ଇତିହାସରେ ଯେପରି ସ୍ଥାନିତ କରାଯିବା କଥା ସେପରି ହୋଇନି। ବିପ୍ଳବୀ ରାସବିହାରୀ ବୋଷଙ୍କ ବିଷୟରେ ଆଜିର ଯୁବପିଢ଼ି ଜାଣିବା ଦରକାର। ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ଆଜି ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ନେତାଜୀ ସୁଭାଷ ଜନ୍ମମାଟି ଯାତ୍ରା- ନେତାଜୀ ଉତ୍ସବ ଅବସରରେ ବକ୍ତାମାନେ ଏପରି ମତ ପ୍ରକାଶ କରିଛନ୍ତି।
ଉତ୍ସବରେ ଅତିଥି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର, ଗବେଷକ ଅନୀଲ ଧୀର୍‌, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଇଣ୍ଡିଆନ୍‌ ଇଣ୍ଡିପେଣ୍ଟଟ୍‌ ଲିଗ୍‌ ଓ ଆଜାଦ ହିନ୍ଦ୍‌ ଫୌଜ୍‌ ପ୍ରତିଷ୍ଠା କରି ବିପ୍ଳବୀ ରାସବିହାରୀ ଏହାର ନେତୃତ୍ୱ ନେତାଜୀ ସୁଭାଷ ବୋଷଙ୍କ ହାତରେ ଅର୍ପଣ କରିଥିଲେ ବୋଲି ମଧ୍ୟ ଅତିଥିଗଣ ମତପ୍ରକାଶ କରିଥିଲେ। ଏହି ଅବସରରେ ବିଳ୍ପବୀ ରାସବିହାରୀଙ୍କ ପରିବାରର ନିମନ୍ତ୍ରିତ ସଦସ୍ୟ ପାର୍ଥସାରଥୀ ବୋଷ, ରଜନୀକାନ୍ତ ବୋଷ, କ୍ରିଷ୍ଣା ବୋଷ ଓ ଜ୍ୟୋତିପ୍ରକାଶ ବୋଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର ଭାଗ ନେଇଥିବା କିସ୍‌ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଯୁବ ବିକାଶ ପରିଷଦ ସଭାପତି ଦେବୀପ୍ରସାଦ ପୃଷ୍ଟି ସଭାରେ ଅଧ୍ୟକ୍ଷତା କରିଥିଲେ। ପରିଷଦର କର୍ମକର୍ତା ଗୀତାଞ୍ଜଳି ସ୍ୱାଇଁ ଓ ମନୋରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe