Asia Times
ଧଉଳି : ଆଜି ସକାଳ ସାଢ଼େ ୭ଟା ବେଳେ ଦୟାନଦୀ ବ୍ରିଜ୍ ଉପରୁ ଡେଇଁପଡ଼ି ଜଣେ ଯୁବକ ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସନ୍ଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ଯୁବକଙ୍କ ପତ୍ତା ମିଳିନାହିଁ। ବ୍ରିଜ୍ ଉପରେ ବେପାର କରୁଥିବା କିଛି ଉଠା ବ୍ୟବସାୟୀଙ୍କ ସୂଚନାନୁସାରେ ଯୁବକ ଜଣକ ଏକାକୀ ଚାଲି ଚାଲି ଯାଉଥିବାବେଳେ ହଠାତ୍ ଭରା ନଦୀକୁ ଡେଇଁ ପଡ଼ିଥିଲେ। ଲୋକେ କେବଳ ପାଟି କରିଥିଲେ ହେଁ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଖର ସ୍ରୋତକୁ ଯିବା ପାଇଁ କେହି ସାହସ କରିନଥିଲେ। ଖବର ପାଇ ଭୁବନେଶ୍ବର କଳ୍ପନାଛକସ୍ଥିତ ଦମକଳ ସେବାକେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ବୋଟ ସାହାଯ୍ୟରେ ବହିରଙ୍ଗେଶ୍ବର ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ଦୂରତା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। କିନ୍ତୁ ଯୁବକଙ୍କ ପତ୍ତା ମିଳିନଥିଲା। ସକାଳ ୯ଟା ସମୟରୁ ୧୨ଟା ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ବିଫଳ ହୋଇଥିଲେ।
Follow Us