ବିଦ୍ୟୁତ ଦରବୃଦ୍ଧି ରୋକିବାକୁ ଓଡ଼ିଶା ୟୁଥ୍‌ ମୁଭମେଣ୍ଟର ଦାବି

Advertisment
ବିଦ୍ୟୁତ ଦରବୃଦ୍ଧି ରୋକିବାକୁ ଓଡ଼ିଶା ୟୁଥ୍‌ ମୁଭମେଣ୍ଟର ଦାବି

ଭୁବନେଶ୍ୱର : ରାଜ୍ୟର ଗରିବ, ସାଧାରଣ ଉପଭୋକ୍ତା, ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଉପରେ ବିଦ୍ୟୁତ୍‌ ଦର ବୃଦ୍ଧିର ଚାପ ଦିନକୁ ଦିନ ବଢ଼ି ଚାଲିଛି। ବିଦ୍ୟୁତ ଦର ବୃଦ୍ଧି, ବିଦ୍ୟୁତ୍‌ ବଣ୍ଟନର ଅଡିଟ୍‌ ଟେକ୍‌ନିକାଲ ସଂସ୍ଥା ଦ୍ୱାରା କରାଇବା, ଅପାରଗ ଫ୍ରାଞ୍ଚାଇଜ ଉଠାଯାଇ ବିତରଣ ବ୍ୟବସ୍ଥାକୁ ପଞ୍ଚାୟତ, ମୁନିସପାଲିଟି ଓ ଏନ୍‌ଏସି ହାତରେ ନ୍ୟସ୍ତ, କମ୍ପାନିମାନଙ୍କ ଉପରେ ବାକି ପଡ଼ିଥିବା ୫ହଜାର କୋଟି ବିଦ୍ୟୁତ୍‌ ଦେୟ ଆଦାୟ, ରାଜ୍ୟରେ ଥିବା ସମସ୍ତ ଶିଳ୍ପ ସଂସ୍ଥାରେ ଓଡ଼ିଶାର ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ୭୫%ରୁ ଅଧିକ କର୍ମନିଯୁକ୍ତି ଦେବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ଓଡ଼ିଶା ୟୁଥ୍‌ ମୁଭମେଣ୍ଟ।

ଦାବି ପୂରଣ ନହେଲେ ରାଜ୍ୟ ସରକାରଙ୍କ ବିରୋଧରେ ଯୁବକମାନଙ୍କ ତରଫରୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ ଆରମ୍ଭ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତାମାନେ ଚେତାଇ ଦେଇଛନ୍ତି।

ସଂଗଠନର ସଭାପତି ବିଶ୍ୱଭୂଷଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ରଞ୍ଜନ କୁମାର ରାଉତ, ବିଜୟ କୁମାର ପ୍ରଧାନ, ପ୍ରମୋଦ ସାହୁ, ବିନୋଦ କୁମାର ରାଉତ, ସୁରେନ୍ଦ୍ର ନାଥ ନାୟକ, ଯୋଗେଶ ପୃଷ୍ଟି, କାର୍ତ୍ତିକ ସ୍ୱାଇଁ, ଜାଭେଦ ଅଖତର, ଲିଟନ ଡାକୁଆ, ସଚିନ ମହାପାତ୍ର ପ୍ରମୁଖ ଉପସ୍ଥିିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe