ପୁରୀ କେନାଲରୁ ଗୁରୁତର ଯୁବକ ଉଦ୍ଧାର

Advertisment
ପୁରୀ କେନାଲରୁ ଗୁରୁତର ଯୁବକ ଉଦ୍ଧାର

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଦମକଳ କେନ୍ଦ୍ର ନିକଟସ୍ଥ ପୁରୀ ମୁଖ୍ୟ କେନାଲରୁ ଆଜି ସଂଧ୍ୟାରେ ଜଗନ୍ନାଥ ମିସନର ପିଲାମାନେ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକ ହେଲେ, ଉକ୍ତ ଫାଣ୍ଡି ଅଧୀନ ସରକଣା ଗ୍ରାମର ସାଗର ଭୋଇ (୨୧)। ଏ ସଂପର୍କରେ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରୁ ତାଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅତ୍ୟଧିକ ମଦ ପିଇ ଦୁର୍ଘଟଣାଗ୍ରସ୍ତ ହୋଇ ସେ ପାଣିରେ ପଡ଼ିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଗଛରେ ବାଇକ୍‌ ପିଟି ସେ ଗୁରୁତର ଆହତ ହୋଇଥିବା ସାଗରଙ୍କ ବଡ଼ବାପା ରବି ଭୋଇ ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe