The New Indian Express
ଧଉଳି : ଧଉଳି ଥାନା ଅଧୀନ ପଳାଶପୁରଶାସନ ଗ୍ରାମର ରବି କାଣ୍ଡିଙ୍କ ପୁଅ ସୁମନ୍ତ (୨୨) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସୁମନ୍ତ ଗଛରେ ଝୁଲିଥିବା ଦେଖି ସ୍ଥାନୀୟ ଲୋକ ତାଙ୍କ ଘରଲୋକଙ୍କୁ ଜଣାଇବା ସହ ଥାନାକୁ ଫୋନ୍ କରିଥିଲେ। ଧଉଳି ଥାନା ପୁଲିସ ଉପସ୍ଥିତିରେ ତଳକୁ ଓହ୍ଲା ଯାଇଥିଲା। ହେଲେ ସେତେବେଳକୁ ସୁମନ୍ତଙ୍କ ମୃତ୍ୟୁ ହୋଇସାରିଥିଲା। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ହୋଇଥିଲା। ଏନେଇ ପୁଲିସ୍ ନଂ ୨୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନାନୁସାରେ, ସୁମନ୍ତ ଜଣେ ଦିନମଜୁରିଆ। ସେ ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ହେଲେ ଯୁବତୀଜଣଙ୍କ ତାଙ୍କ ପ୍ରେମ ନିବଦେନକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିଲେ। ଏଥିରେ ନିରାଶ ହୋଇ ଆଜି ସୁମନ୍ତ ଦୟାନଦୀ କୂଳରେ ଥିବା ଏକ ବରଗଛରେ ଝୁଲି ପଡ଼ିଥିଲେ।
Follow Us