ବେକରେ ରଶି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Advertisment
ବେକରେ ରଶି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ଖଣ୍ଡଗିରି : ନୂଆବର୍ଷର ପ୍ରଥମ ଦିନକୁ ସମସ୍ତେ ଖୁସିରେ କାଟୁଥିବାବେଳେ ଭରତପୁର ଲେନ୍‌-୫ ବସ୍ତିରେ ଶ୍ୟାମସୁନ୍ଦର ସାହୁଙ୍କ ଘରେ ଘଟିଛି ଅଘଟଣ। ସୋମବାର ସନ୍ଧ୍ୟାରେ ଶ୍ୟାମଙ୍କ ପୁଅ ନଟବର(୩୦) ବେକରେ ରଶିବାନ୍ଧି ଆତ୍ମହତ୍ୟା କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲେ ବି ପାରିବାରିକ ଅଶାନ୍ତି ପାଇଁ ନଟ ଏଭଳି ପଦକ୍ଷେପ ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ନଟଙ୍କର ଗୋଟିଏ ବର୍ଷକର ଶିଶୁକନ୍ୟା ଅଛି। ସ୍ତ୍ରୀ, ଶିଶୁକନ୍ୟା ଓ ବୁଢ଼ା ବାପାମା’ଙ୍କୁ ଛାଡ଼ି ନଟ ଏଭଳି କାଣ୍ଡ କରି ବସିଥିବାରୁ ବସ୍ତିରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe