ପଛୁଆ ଅଞ୍ଚଳର ବିକାଶରେ ସାମିଲ ହେବେ ଯୁବଶକ୍ତି

Advertisment

ସିୱାଇଏସଡିର ପଣ୍ଡିତ ଗୋପବନ୍ଧୁ ଫେଲୋସିପ୍‌ ମିସନ୍‌

ସିୱାଇଏସଡିର ପଣ୍ଡିତ ଗୋପବନ୍ଧୁ ଫେଲୋସିପ୍‌ ମିସନ୍‌

ପଛୁଆ ଅଞ୍ଚଳର ବିକାଶରେ ସାମିଲ ହେବେ ଯୁବଶକ୍ତି

ଭୁବନେଶ୍ୱର: ସିୱାଇଏସ୍‌ଡିର ୪୦ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ପଣ୍ଡିତ ଗୋପବନ୍ଧୁ ଫେଲୋସିପ ମିସନ୍‌’ ଆରମ୍ଭ ହୋଇଛି। ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଚାହୁଥିବା ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ଏହି ବର୍ଷିକିଆ ଫେଲୋସିପ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

କାର୍ଯ୍ୟକ୍ରମରେ ଆଗ୍ରହୀ ଯୁବପିଢ଼ି ଅତି ନିକଟରୁ ସାମାଜିକ ସମସ୍ୟାକୁ ଚିହ୍ନଟ କରିବା ସହ ନିଜ ଦକ୍ଷତାକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବେ। ଏହି ଅବସରରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସେମାନଙ୍କ ପାଇଁ ଏକ ତିନିଦିନିଆ ଯୁବ ନେତୃତ୍ବ ବିକାଶ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ଲେଖକ ତଥା ସାମାଜିକ କର୍ମୀ ଜଗଦୀଶ ପ୍ରଧାନଙ୍କ ଲିଖିତ ‘ଜଣେ ସାମଜିକ କର୍ମୀର ଡାଏରି’ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

ହସହସ ମୁହଁ ପଛରେ ଥିବା ଜଣେ ସାମାଜିକ କର୍ମୀ ଜୀବନର ବ୍ୟଥା, ଶଙ୍କା ଓ ଆଶଙ୍କାର କାହାଣୀକୁ ସେ ଏହି ପୁସ୍ତକ ମାଧ୍ୟମରେ ଉଜ୍ଜୀବିତ କରିଛନ୍ତି। ସିୱାଇଏସ୍‌ଡିଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଡ. ଭଗବାନ ପ୍ରକାଶ ଓ ସିୱାଇଏଡିର ସହପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ଜଗଦାନନ୍ଦ ଏହାକୁ ଉନ୍ମୋଚନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe