ଯୁବ ଲେଖକ ଉତ୍ସବରେ ଯୋଗଦେଲେ ନର୍ମଦା ସାହୁ

Advertisment
ଯୁବ ଲେଖକ ଉତ୍ସବରେ ଯୋଗଦେଲେ ନର୍ମଦା ସାହୁ

ଭୁବନେଶ୍ବର: ସାହିତ୍ୟ ଅକାଦେମି ତରଫରୁ ମଣିପୁରର ଇମ୍ଫାଲଠାରେ ଅନୁଷ୍ଠିତ ସର୍ବଭାରତୀୟ ଯୁବ ଲେଖକ ଉତ୍ସବରେ ଓଡ଼ିଆ ଲେଖିକା ନର୍ମଦା ସାହୁଙ୍କ କବିତା ଆବୃତ୍ତି ଉଚ୍ଚ ପ୍ରଶଂସିତ ହୋଇଛି। ଏହି ଉତ୍ସବର କବିତା ପାଠ ଅଧିବେଶନରେ ଯୋଗ ଦେଇ ସେ ‘ବ୍ୟସ୍ତ ହେଉଛ କି ମାଆ’ ଓ ‘ଇତିହାସର ଆରପାଖେ’ ଶୀର୍ଷକରେ ଦୁଇଟି କବିତା ପାଠ କରିଥିଲେ। ଏଥିରେ ବିଭିନ୍ନ ଭାରତୀୟ ଭାଷାର ଯୁବ ଲେଖକ ଲେଖିକା ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ମଣିପୁରୀ ସାହିତ୍ୟିକ ଏନ୍ ଥୋମ୍ବି ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe