ବଦଳିଲେ କମିସନରେଟ୍ ପୁଲିସ୍‌ର ଜୋନ୍-୨ ଏସିପି

Advertisment
କର୍ମଚାରୀଙ୍କ ଟାଟୁ ବିରୋଧରେ କମିସନରେଟ୍‌ ପୁଲିସ: ୧୫ଦିନ ଭିତରେ ଲିଭାଇବାକୁ କଡ଼ା ନିର୍ଦେଶ

Update Odisha

ଭୁବନେଶ୍ବର : କମିସନରେଟ୍ ପୁଲିସ୍‌ର ଜୋନ୍-୨ ଏସିପି ବିଷ୍ଣୁପ୍ରସାଦ ପାତ୍ରଙ୍କ ବଦଳି ହୋଇଛି। କମିସନରେଟ୍ ପୁଲିସ୍‌ର ମୁଖ୍ୟାଳୟରେ ସେ ଏସିପି ଜୁଡିସିଆଲ ଭାବେ ନୂଆ ଦାୟିତ୍ବ ତୁଲାଇବେ। କମିସନରେଟ୍ ମୁଖ୍ୟାଳୟରେ ଏସିପି ଜୁଡିସିଆଲ୍ ଭାବେ କାର୍ଯ୍ୟରତ ଅନିରୁଦ୍ଧ ରାଉତରାୟଙ୍କୁ ଜୋନ୍-୨ ଏସିପି ଭାବେ ବଦଳି କରାଯାଇଛି। ଅପରପକ୍ଷରେ କମିସନରେଟ୍ ମୁଖ୍ୟାଳୟରେ ଥିବା ଦିଲ୍ଲୀପ କୁମାର ଦାସଙ୍କୁ କଟକ ଟ୍ରାଫିକ୍ ଏସିପି ଭାବେ ବଦଳି ହୋଇଛନ୍ତି। ତେବେ ଅସମୟରେ ଏହି ବଦଳିକୁ ନେଇ ପୁଲିସ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ନିକଟ ଅତୀତରେ କମିସନରେଟ୍ ପୁଲିସରେ ୪ଜଣ ଏସିପିଙ୍କୁ ଅଦଳବଦଳ କରାଯାଇଥିଲା। ସେତେବେଳେ ବିଷ୍ଣୁପ୍ରସାଦଙ୍କ ବଦଳି ହୋଇନଥିଲା। ଏବେ ତାଙ୍କୁ ବଦଳି କରାଯିବା ପଛରେ ସୁନ୍ଦରପଦା ଦୀପକ ରାଉତରାୟଙ୍କ ହତ୍ୟାକାଣ୍ଡ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe