ଚନ୍ଦ୍ରଶେଖରପୁର : ପଟିଆ-କିଟ୍ ରୋଡ୍ରେ ରବିବାର ଦିନ ‘ଜୋରିଅନ୍ସ ଟେକ୍’ ଆଇଟି ଷ୍ଟୋର୍ ଉଦ୍ଘାଟିତ ହୋଇଯାଇଛି। ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବା ସହ ଷ୍ଟୋର୍ରେ ବୁଲି ଏଚ୍.ପି, ଲେନେଭୋ, ଡେଲ୍ ଆଦି ନାମୀଦାମୀ କମ୍ପାନିର ଲାପଟପ୍ ଓ ଡେସ୍କ-ଟପ୍ ଦେଖିଥିଲେ। ଏହି ଷ୍ଟୋର୍ରେ ସବୁପ୍ରକାର ଆଇଟି ଉପକରଣ ମହଜୁଦ୍ ଅଛି ବୋଲି କୁହାଯାଇଛି। ଏହି ଅବସରରେ ଅନୁଷ୍ଠାନର ଫ୍ରାଞ୍ଚାଇଜି ଇଂ. ସନ୍ତୋଷ ବେହେରା, ରାକ୍ଷୀ ଅଗ୍ରୱାଲ, ରାହୁଲ ଚେରିୱାଲ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଦୀପାବଳିକୁ ଆଖି ଆଗରେ ରଖି ଏହି ସୋ’ ରୁମ୍ ଉଦ୍ଘାଟନ କରାଯାଇଛି। ଏଥିଲାଗି ଗ୍ରାହକମାନଙ୍କ ପାଇଁ ସ୍ବତନ୍ତ୍ର ଅଫର୍ ରହିଛି। ଆଜି ପ୍ରଥମ ଦିନରେ ଭଲ ବ୍ୟବସାୟ ହୋଇଥିବା ଷ୍ଟୋର୍ ମ୍ୟାନେଜର୍ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଇଟି କମ୍ପାନି ପକ୍ଷରୁ ଅମରଜିତ୍ ମହାପାତ୍ର, କ୍ରିଷ୍ଣକୁମାର ପଟ୍ଟନାୟକ, ଆଶିଷ ଉପାଧ୍ୟାୟ, ସନ୍ତୋଷ ମଣ୍ଡଳ, ରୋହନ୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us