୧୧ରୁ ଜୋୟା ଡାଏମଣ୍ଡ ବୁଟିକ୍‌ର ପ୍ରଥମ ଟ୍ରଙ୍କ୍ ସୋ’

Advertisment

ପ୍ରଦର୍ଶିତ ହେବ ଫାଇନ୍ ଗହଣାର ଅନନ୍ୟ କଲେକ୍ସନ

ପ୍ରଦର୍ଶିତ ହେବ ଫାଇନ୍ ଗହଣାର ଅନନ୍ୟ କଲେକ୍ସନ

୧୧ରୁ ଜୋୟା ଡାଏମଣ୍ଡ ବୁଟିକ୍‌ର ପ୍ରଥମ ଟ୍ରଙ୍କ୍ ସୋ’

ଭୁବନେଶ୍ୱର: ଟାଟାର ଡାଏମଣ୍ଡ୍ ବୁଟିକ୍ ତଥା ଫାଇନ୍ ଗହଣାର ଲକ୍‌ଜ୍ୟୁରି ବ୍ରାଣ୍ଡ ‘ଜୋୟା’ ପକ୍ଷରୁ ସେପ୍ଟେମ୍ବର ୧୧ରୁ ୧୫ ତାରିଖ ଯାଏ ରାଜଧାନୀସ୍ଥିତ ତାଜ୍ ଭିଭାନ୍ତ ପ୍ଲମେରିଆ ୩ରେ ଏହାର ପ୍ରଥମ ଟ୍ରଙ୍କ ସୋ’ର ଆୟୋଜିତ ହେବ। ଏଥିରେ ବ୍ରାଣ୍ଡ ପକ୍ଷରୁ ମନଲୋଭା କଲେକ୍ସନ ପ୍ରଦର୍ଶିତ କରାଯିବ। ‘ଜୋୟା’ ଦେଶରେ ଗହଣାର ଡିଜାଇନ୍‌ ଏବଂ ଅନୁଭୂତିକୁ ନୂତନ ପରିଭାଷା ଦେଇଛି। ନିଜର ସ୍ୱତନ୍ତ୍ର ଡିଜାଇନ ଏବଂ କୁଶଳ କାରିଗରି ପାଇଁ ପ୍ରସିଦ୍ଧି ଲାଭ କରିଛି। ଗତ ମାସ ଏହି ଲକ୍‌ଜ୍ୟୁରୀ ବ୍ରାଣ୍ଡ ପକ୍ଷରୁ ଏହାର ନୂଆ ଅଟୋଗ୍ରାଫ ଡିଜାଇନ ‘ସମାଭେ’ର ବଜାର ପ୍ରବେଶ ହୋଇଥିଲା। ଏ କଲେକ୍ସନରେ ଜୋୟାର ପ୍ରଥମ ପଞ୍ଜୀକୃତ ପାଟେଣ୍ଟ ‘ଜୋୟାବାଓଲି ସେଟିଂ’ ରହିଛି, ଯାହାକି ଆଗକୁ ଆସିବାକୁ ଥିବା ସମସ୍ତ କଲେକ୍ସନରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe