ଅଂଶୁଘାତରେ ଚେତା ହରାଇଲେ ୪ ବୃଦ୍ଧ

Advertisment
ଅଂଶୁଘାତରେ ଚେତା ହରାଇଲେ ୪ ବୃଦ୍ଧ

Loksatta

ଚନ୍ଦ୍ରଶେଖରପୁର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ରାଜଧାନୀରେ ୪ଜଣ ବୃଦ୍ଧ ଅଂଶୁଘାତରେ ପୀଡ଼ିତ ହୋଇ ଚେତା ହରାଇଥିଲେ। ସେମାନଙ୍କୁ କିମ୍‌ସ ହସ୍ପିଟାଲର ଅଂଶୁଘାତ ୱାର୍ଡରେ ଆଶୁ ଚିକିତ୍ସା କରାଯିବା ପରେ ସଂଧ୍ୟାରେ ଛାଡ଼ି ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି ଥାନା ଅଧୀନ ଦାରୁଠେଙ୍ଗ ରାସ୍ତାର ଦାଢ଼ା ଅଞ୍ଚଳର ଜଗନ୍ନାଥ ମହାନ୍ତି(୬୧) ଫେରି ବିକ୍ରି କରିବା ପାଇଁ ଯାଉଥିବା ବେଳେ ଯୋର ନିକଟରେ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ କିସ୍ ଅଟୋ ଚାଳକ ସଂଘର ଯୁବକମାନେ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତି କରାଇଥିଲେ। ପଟିଆ କଲେଜ ନିକଟ କେଳା ସାହିର ଦିଗାମ୍ବର ମାହାଳି(୬୦) ସାଇକେଲରେ ଘରକୁ ଫେରୁଥିବା ବେଳେ କଲେଜ ଫାଟକ ନିକଟରେ ଅଚେତ ହୋଇଯାଇଥିଲେ। ଛାତ୍ରମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତି କରାଇଥିଲେ। କିଟ୍‌ ଛକର ଚିରଗାଲଟୋଲା ବସ୍ତିର ଅମିନ ନାୟକ(୬୧) ଅଂଶୁଘାତର ଶିକାର ହୋଇ ରାସ୍ତା ଉପରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଆମ୍ବୁଲାନସରେ ହସ୍ପିଟାଲ୍ ନେଇ ଯାଇଥିଲେ। ସେହିଭଳି ରଘୁନାଥପୁର ବ୍ରିଜ୍ ଛକରେ ନିର୍ମାଣାଧୀନ ଏକ କୋଠାରେ ସାଲିଆ ସାହିର ବ୍ରଜକିଶୋର ସେନାପତି(୫୯) ନାମକ ଜଣେ ଶ୍ରମିକ ଏକ ମହଲାରୁ ତଳେ ଥିବା ବାଲିଗଦା ଉପରେ ପଡ଼ି ଅଚେତ ହୋଇଯାଇଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ହସ୍ପିଟାଲ୍‌‌ରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe