ଅଧାପନ୍ତରିଆ ଜବରଦଖଲ ଉଚ୍ଛେଦ, ଅଭିଯୋଗକାରୀଙ୍କୁ ଧମକ

Advertisment
ଅଧାପନ୍ତରିଆ ଜବରଦଖଲ ଉଚ୍ଛେଦ, ଅଭିଯୋଗକାରୀଙ୍କୁ ଧମକ

ଖଣ୍ଡଗିରି: ସରକାରୀ ଜମିରେ ଜବରଦଖଲ ହୋଇଛି ବୋଲି ଖୋଦ୍‌ ଆର୍‌ଆଇ ରିପୋର୍ଟ କଲେ। ଆଇନ ଅନୁସାରେ ଜବରଦଖଲକାରୀଙ୍କ ବିରୋଧରେ ମାମଲା କରାଗଲା ଓ ଦୁଇ ବର୍ଷ ପରେ ଜମିରୁ ଜବରଦଖଲ ଉଚ୍ଛେଦ କରାଗଲା। କିନ୍ତୁ ଜବରଦଖଲ ଉଚ୍ଛେଦ ଅଧାପନ୍ତରିଆରେ ରହିଗଲା। ଅପରପକ୍ଷେ ଏବେ ଅଭିଯୋଗକାରୀଙ୍କୁ ଜବରଦଖଲକାରୀମାନେ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।

ସୂଚନାନୁସାରେ ଖଣ୍ଡଗିରି ଥାନା ସିଜୁଆରେ ପ୍ଲଟ୍‌ ନମ୍ବର ୮୧ରେ ୧୮ ଡିସିମିଲି ଓ ପ୍ଲଟ ନମ୍ବର ୯୧ରେ ୨୦ ଡିସିମିଲି ଜମିକୁ ଜବରଦଖଲ କରାଯାଇଥିଲା ବୋଲି ପାତ୍ରପଡ଼ା ଆର୍‌ଆଇ ରିପୋର୍ଟ କରିବା ସହ ୨୦୧୬ରେ ଓପିଏଲଇ ଆକ୍ଟରେ ଏକ ମାମଲା ରୁଜୁ କରିଥିଲେ। ଏନେଇ କବୀନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ସେ ଦୀର୍ଘ ୨ ବର୍ଷ ଧରି ଭୁବନେଶ୍ୱର ତହସିଲଦାର, ଖୋର୍ଧା ଜିଲ୍ଲାପାଳ, ବିଡିଏ କାର୍ଯ୍ୟାଳୟ ଓ କମିସନରେଟ୍‌ ପୁଲିସରେ ଅଭିଯୋଗ କରିଥିଲେ। ଶେଷରେ ଜବରଦଖଲକାରୀଙ୍କୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ଜବରଦଖଲକାରୀ ନୋଟିସ୍‌କୁ ଅବମାନନା କରିଥିଲେ। ପରେ ଗତ ୧୧ ତାରିଖରେ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। କିନ୍ତୁ ସରକାରୀ ଜମିରେ ନିର୍ମାଣ ହୋଇଥିବା ପାଇଖାନାକୁ ଭଙ୍ଗାଗଲା ସିନା ଏକ ପାଚେରିକୁ ଛାଡ଼ି ଦିଆଗଲା। ଏବେ ଜବରଦଖଲକାରୀଙ୍କ ପକ୍ଷରୁ ଅଭିଯୋଗକାରୀ କବୀନ୍ଦ୍ର ପ୍ରଧାନଙ୍କ ପରିବାରକୁ ବିଭିନ୍ନ ପ୍ରକାର ଧମକଚମକ ମିଳୁଛି। ତେଣୁ କବୀନ୍ଦ୍ରଙ୍କ ପରିବାର ପକ୍ଷରୁ ସୁଲୋଚନା ପ୍ରଧାନ ଏନେଇ ଖଣ୍ଡଗିରି ଥାନାରେ ଏକ ଅଭିଯୋଗ କରିଛନ୍ତି। ରାଜସ୍ୱ ବିଭାଗର ଏଭଳି ଅଧପନ୍ତରିଆ ଉଚ୍ଛେଦ ପଛରେ କି ସ୍ୱାର୍ଥ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe