ଅପହଞ୍ଚ ଆଦିବାସୀ ଗାଁରେ କରୋନା କଟକଣା, ଭାଗବତ ଟୁଙ୍ଗିରେ ଶୁଆଇ ଦେଲାନି ପୁଲିସ

Advertisment
ଅପହଞ୍ଚ ଆଦିବାସୀ ଗାଁରେ କରୋନା କଟକଣା, ଭାଗବତ ଟୁଙ୍ଗିରେ ଶୁଆଇ ଦେଲାନି ପୁଲିସ

ଖଣ୍ଡଗିରି: ଚନ୍ଦକା ଥାନା ଅନ୍ତର୍ଗତ ଜଟଣୀ ଓ ଭୁବନେଶ୍ବର ବ୍ଲକର କେତେକ ଆଦିବାସୀ ଗାଁରେ ପୁଲିସ ପ୍ରଶାସନ ପକ୍ଷରୁ ଏବେ କରୋନା କଟକଣା କଡ଼ାକଡ଼ି ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ମେଣ୍ଢାଶାଳ, ଛତାବର ଓ ଅଙ୍ଗାରପଡ଼ା ଆଦି ପଞ୍ଚାୟତର ବିଭିନ୍ନ ଅପହଞ୍ଚ ଆଦିବାସୀ ଗାଁରେ ପୁଲିସ ତାଲାବନ୍ଦ ପାଳନ କରିବାକୁ ବୁଝାଉଛି। କେତେକ ସ୍ଥାନରେ ବାରମ୍ବାର ତାଗିଦ୍ ସତ୍ତ୍ବେ ଲୋକମାନେ କଟକଣା ନ ମାନି ଏକାଠି ହେଉଥିବା ଲୋକଙ୍କୁ ଦେଖି ପିଟୁଥିବା ଜଣାପଡ଼ିଛି। ଏମିତିକି ଭାଗବତ ଟୁଙ୍ଗିରେ ସେମାନଙ୍କୁ ପୁଲିସ ଏକାଠି ଶୁଆଇ ଦେଉ ନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି। ମେଣ୍ଢାଶାଳ ପଞ୍ଚାୟତର ହରିଡ଼ାମଡ଼ା, ଅଙ୍ଗାରପଡ଼ା ପଞ୍ଚାୟତର କରଡ଼ାପଲ୍ଲୀ ଓ ଛତାବର ପଞ୍ଚାୟତର ଗୁପ୍ତପଡ଼ା ଆଦି ଗାଁରେ ଜିଲ୍ଲା ପ୍ରଶାସନ କରୋନା କଟକଣା ତଦାରଖ ପାଇଁ ପହଞ୍ଚିଛି। କାମ ଧନ୍ଦା ବନ୍ଦ ଯୋଗୁଁ ଲୋକେ ଦାଣ୍ଡରେ ବା ଭାଗବତ ଟୁଙ୍ଗିରେ ଏକାଠି ବସୁଥିବା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ଯୁବକମାନେ ତାସ୍‌ଖେଳରେ ମାତିଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତା ପ୍ରସଙ୍ଗ ସେଠାରେ କିଛି ନାହିଁ। ମୁହଁକୁ ମୁହଁ ଯୋଡ଼ି ତାସ୍‌ ଖେଳ ଚାଲିଛି। ଭାଗବତ ଟୁଙ୍ଗିରେ ଲୋକେ ଖରାବେଳେ ଏକାଠି ଶୋଇ ରହୁଛନ୍ତି। ତେଣୁ ବାରମ୍ବାର ବୁଝାଶୁଝା କରିବା ପରେ ମଧ୍ୟ କେତେକ ସ୍ଥାନରେ ଲୋକଙ୍କ ଚଳଣିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ। ତେଣୁ ଏବେ ବାଧ୍ୟ ହୋଇ ପୁଲିସ ପକ୍ଷରୁ ବଳ ପ୍ରୟୋଗ କରାଯାଉଥିବା ଚର୍ଚ୍ଚା ହେଉଛି। ଗ୍ରାମବାସୀମାନଙ୍କ କହିବା କଥା ବହୁ ଗରିବ ଆଦିବାସୀ ଲୋକଙ୍କର ଘର ଅଭାବ। ତେଣୁ ସେମାନେ ଦିନ ରାତି ଭାଗବତ ଟୁଙ୍ଗିକୁ ଶୋଇବା ପାଇଁ ବ୍ୟବହାର କରନ୍ତି। ମାତ୍ର ଏବେ କରୋନା କଟକଣା ସେମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଦିନ ଯାକ କେତେ ଘରଟାରେ ବସିବୁ ବୋଲି ସେମାନେ କହିଛନ୍ତି।

କରୋନାକୁ ନେଇ ଏପ୍ରିଲ୍‌ ଫୁଲ
ଭୁବନେଶ୍ବର: କରୋନା ବିଶ୍ବବାସୀଙ୍କ ନିଦ ହଜେଇ ଦେଇଛି। ମହାମାରୀର ଭୟାବହତାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଲେଣି। ଏ ସମ୍ପର୍କିତ ଖବର ପାଇଁ ପ୍ରତି ମୁହୂର୍ତରେ ସୋସିଆଲ ମିଡିଆଠୁ ନେଇ ଟେଲିଭିଜନ୍‌ ରିମୋର୍ଟକୁ ହାତ ଚାଲି ଯାଉଛି। ମାତ୍ର ଏବେ ମୋବାଇଲ୍‌ରେ କରୋନାକୁ ନେଇ ଏଭଳି ଆତଙ୍କିତ ବାର୍ତା ମିଳୁଛି ଯାହା ଦେଖିବା ମାତ୍ରେ ନିଦ ହଜିଯାଉଛି। ମାତ୍ର ବାର୍ତା ଶେଷରେ ଏପ୍ରିଲ୍‌ ଫୁଲ୍‌ ବୋଲି ଦର୍ଶାଯାଉଛି। କରୋନାକୁ ନେଇ ଏଭଳି ଏପ୍ରିଲ୍‌ ଫୁଲ୍‌ ବାର୍ତା ଏବେ ପ୍ରତ୍ୟେକଙ୍କ ମୋବାଇଲ୍‌ରେ ମଜାର ବିଷୟ ପାଲଟିଛି।କରୋନାରେ ଭାରତରେ ଗୋଟେ ଦିନରେ ୫୦ ମରିଯିବାର କଥା ହେଉ ଅବା କରୋନା ଭାରତରେ ତୃତୀୟ ପର୍ଯ୍ୟାୟରେ। ଲକ୍‌ଡାଉନ୍‌ ଅବଧି ଆହୁରି ବୃଦ୍ଧି ପାଇବା କଥା ହେଉ ଅବା ଓଡ଼ିଶାରେ ଆହୁରି ପଜିଟିଭ୍‌ ବାହାରିବାର ମିଛ ବାର୍ତ୍ତା ସହ ଏପ୍ରିଲ ଫୁଲ୍‌ ‌ମେସେଜ୍‌ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯଦିଓ ଏଭଳି ଆତଙ୍କିତ କଲା ଭଳି ଭୁଲ୍‌ ଖବର ବା ବାର୍ତା ଦେଲେ, ୬ ମାସର ଜେଲ୍ ଦଣ୍ଡ କିମ୍ବା ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନ ଅବା ଉଭୟ ଦଣ୍ଡର ବ୍ୟବସ୍ଥା ଅଛି, ତଥାପି କିଛି ଏହି ଧରଣର ବାର୍ତା ଘୂରି ବୁଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe