ଭୁବନେଶ୍ବର: ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ସଂଘ(ଏସ୍ଓଆର୍ଏଫ୍ଓ)ର ବାର୍ଷିକ ସାଧାରଣ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଅବସରରେ ‘ଫନି’ ବାତ୍ୟା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ସହାୟତା ସଂଘ ଦେବାକୁ ସର୍ବସମ୍ମତ୍ତିକ୍ରମେ ନିଷ୍ପତ୍ତି ହୋଇଥିଲା। ଏହାସହ ଆଗାମୀ ଦୁଇବର୍ଷ ପାଇଁ ସଂଘର କର୍ମକର୍ତ୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ବିଷ୍ଣୁଚରଣ ପାଳ, ସଂପାଦକ ଭାବେ ପ୍ରମୋଦ କୁମାର ଷଡ଼ଙ୍ଗୀ ଓ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ରନାଥ ନାୟକଙ୍କୁ ନିର୍ବାଚିତ କରାଯାଇଥିଲା। ଏମାନଙ୍କ ସହ ଉପସଭାପତି, ସହ ସଂପାଦକ, ସହ କୋଷାଧ୍ୟକ୍ଷ, ପତ୍ରିକା ସଂପାଦକ ଓ କାର୍ଯ୍ୟକାରିଣୀମଣ୍ଡଳୀ ସଭ୍ୟମାନଙ୍କୁ ନିର୍ବାଚିତ କରାଯାଇଥିଲା। ଏହି ଅବସରରେ ସଂଘର ବାର୍ଷିକ ଓ ତ୍ରୈମାସିକ ପତ୍ରିକା ସର୍ଫୋ ଭଏସ୍ ମଧ୍ୟ ଉନ୍ମୋଚିତ ହୋଇଥିଲା।
ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ସଂଘର ବୈଠକ
Advertisment
Follow Us