ଅହମଦିୟା ମୁସଲିମ ସଂଗଠନର ଧର୍ମଚର୍ଚ୍ଚା କାର୍ଯ୍ୟକ୍ରମ, ଏକତା ହିଁ ଆମର ପରିଚୟ

Advertisment
ଅହମଦିୟା ମୁସଲିମ ସଂଗଠନର ଧର୍ମଚର୍ଚ୍ଚା କାର୍ଯ୍ୟକ୍ରମ, ଏକତା ହିଁ ଆମର ପରିଚୟ

ଭୁବନେଶ୍ୱର: ୟୁନିଟ ୪ସ୍ଥିତ ଅହମଦିୟା ମୁସଲିମ ମସଜିଦରେ ଅହମଦିୟା ମୁସଲିମ ସଂଗଠନ ପକ୍ଷରୁ ଧର୍ମଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଭୋର ସାଢ଼େ ୪ଟାରୁ ମସଜିଦ ଚଳଚଞ୍ଚଳ ହେବା ସହ ବିଶେଷ ନମାଜ ପାଠ ସହ କୋରାନ ପାଠ କରାଯାଇଥିଲା। ଅହମଦିୟା ଯୁବ ସଂଗଠନ ପକ୍ଷରୁ ‘ସ୍ବଚ୍ଛତା ହିଁ ସଭ୍ୟତା’ କାର୍ଯ୍ୟକ୍ରମ କରାଯିବା ସହ ସଫେଇ ଅଭିଯାନ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।

ସନ୍ଧ୍ୟାରେ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ବର ଅହମଦିୟା ମୁସଲିମ ସଂଗଠନର ସଭାପତି ମହମ୍ମଦ ନୁରୁଦ୍ଦିନ ଅମିନ ଏହି ଧର୍ମ ସମ୍ମିଳନୀରେ ପୌ‌ରୋହିତ୍ୟ କରିଥିଲେ। ମୌଲାନା ଅବଦୁଲ ହଲିମ ଖାଁ କୋରାନ ପାଠ କରିଥିବା ବେଳେ ବସିର ଅହମ୍ମଦ ଉର୍ଦ୍ଦୁ ସଂଗୀତ ପରିବେଷଣ କରିଥିଲେ। ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଇସଲାମ ଏକ ଭାଇଚାରାର ଧର୍ମ। ଶାନ୍ତି ଓ ସହାନୁଭୂତି ପ୍ରଦର୍ଶନ କରିବା ଏହାର ଉଦ୍ଦେଶ୍ୟ। ଆମେ ସବୁ ଭାରତୀୟ ଏବଂ ଏକତା ହିଁ ଆମର ପରିଚୟ ବୋଲି ସେ କହିଥିଲେ। ଭୁବନେଶ୍ବର ଅହମଦିୟା ସଂଗଠନର ମୌଲାନା ଫଜଲ ହକ ଖାଁ କହିଲେ, ଇସଲାମ ଧର୍ମର ବାସ୍ତବ ରୂପକୁ ସୁନ୍ଦର ଭାବେ ସଂସାର ସମ୍ମୁଖରେ ଉପସ୍ଥାପନ କରିବା ଏହାର ମୂଳ ଲକ୍ଷ୍ୟ। ଏହି ଅବସରରେ ଧାର୍ମିକ ପୁସ୍ତକ ‘ଆମେ ଜାଣିବା ଦରକାର ଆମ ମୁଖ୍ୟ ଦାୟିତ୍ବ’ ପୁସ୍ତକ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe