ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟସ୍ତରୀୟ ସମ୍ମିଳନୀ

Advertisment
ଓଡ଼ିଶାରେ ପୂରା ଶକ୍ତି ଲଗାଇ ଲଢ଼ିବ ଆପ୍‌

Firstpost

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ଶାଖା ପକ୍ଷରୁ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନୟର୍ସଠାରେ ଏକ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାର୍ଟିର କେନ୍ଦ୍ରୀୟ ପ୍ରଭାରୀ ବୀରେନ୍ଦ୍ର ସିଂ କାଡିଆନ୍ ଯୋଗ ଦେଇଥିଲେ। ସେ କହିଲେ ଦିଲ୍ଲୀ ଓ ପଞ୍ଜାବରେ ଯଥାକ୍ରମେ ୨୦୦ ଓ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଦିଆଯାଇପାରୁଛି। ଆପ୍ ଦ୍ବାରା ଆରମ୍ଭ କରାଯାଇଥିବା ବିଜୁଳି କ୍ଷେତ୍ରରେ ସଂସ୍କାରକୁ ପ୍ରଥମେ ବିଜେପି ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଥିଲେ ମଧ୍ୟ ଆଜି ସେମାନେ ଆପ୍‌ର ଦ୍ରୁତ ବିସ୍ତାରକୁ ଡରି ବିଭିନ୍ନ ନିର୍ବାଚନ ପୂର୍ବରୁ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଓଡ଼ିଶାରେ ମଧ୍ୟ ବିଜେଡି ସରକାର ଯେପରି ଆପ୍‌ର ଏହି ସଫଳ ଭାବେ ପରୀକ୍ଷିତ ଦାବିକୁ ମାନିବାକୁ ବାଧ୍ୟ ହେବ ସେଥିପାଇଁ ପାର୍ଟିର କେନ୍ଦ୍ରୀୟ ନେତାଗଣ ରାଜ୍ୟ ପାର୍ଟିକୁ ସମସ୍ତ ସହଯୋଗ ଦେବେ ବୋଲି ଆଶ୍ଵାସନା ଦେଇଥିଲେ। ସେହିପରି ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଏହି ଦାବିକୁ ଯେଉଁ ଶକ୍ତିମାନେ ବିରୋଧ କରୁଛନ୍ତି ସେମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଗତବର୍ଷ ଏପ୍ରିଲ ମାସରେ ପାର୍ଟି ତରଫରୁ ଓଡ଼ିଶାରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ସମସ୍ତ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଜୁଳି ଯୋଗାଇବା ଦାବିରେ ସତ୍ୟାଗ୍ରହ ହୋଇଥିଲା, ଯେଉଁଥିରେ ଶ୍ରୀ ମହାପାତ୍ର ୧୦ଦିନ ଧରି ଅନଶନରେ ବସିଥିଲେ। ରାଜ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ ତାଙ୍କ ଭାଷଣରେ କହିଥିଲେ ଯେ ଏହି ଦାବି ଏକ ଭିକ୍ଷା ନୁହେଁ ବରଂ ୨୫ବର୍ଷ ଧରି ରାଜ୍ୟ ସରକାର ଯେପରି ବିଦ୍ୟୁତ ବ୍ୟବସ୍ଥା ଚଳାଇବାରେ ବିଫଳ ହୋଇଛନ୍ତି ସେହି ପରିପ୍ରେକ୍ଷୀରେ ଏହି ଦାବି ହେଉଛି ରାଜ୍ୟର ଲକ୍ଷ ଲକ୍ଷ ପରିବାରଙ୍କର ହକ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe