ଉଦିତ ସୂର୍ଯ୍ୟକୁ ଅର୍ଘ୍ୟ ସହ ସରିଲା ଛଟ୍‌ ପୂଜା

Advertisment
ଉଦିତ ସୂର୍ଯ୍ୟକୁ ଅର୍ଘ୍ୟ ସହ ସରିଲା ଛଟ୍‌ ପୂଜା

ଭୁବନେଶ୍ୱର: ଶେଷ ହୋଇଛି ଛଟ୍‌ ପୂଜାର ୪ ଦିବସୀୟ କଠୋର ବ୍ରତ। ଶୁକ୍ଳପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇଥିବା ଏହି ବ୍ରତ ମୁଖ୍ୟତଃ ବିହାରୀ ମହିଳାମାନେ ନିଜ ପରିବାରର ସୁଖ ସମୃଦ୍ଧି ଓ ମନବାଞ୍ଛା ପୂରଣ ପାଇଁ କରିଥା’ନ୍ତି। ଗତକାଲିଠାରୁ ଚଳଚଞ୍ଚଳ ହୋଇପଡ଼ିଥିବା କୁଆଖାଇ ଛଟ୍‌ ଘାଟ୍‌ ଆଜି ସୂର୍ଯ୍ୟଦୋୟ ପୂର୍ବରୁ ନିଜକୁ ପ୍ରସ୍ତୁତ କରି ନେଇଥିଲା ବ୍ରତଧାରୀଙ୍କ ଆଗମନ ପାଇଁ। ପ୍ରାୟ ଭୋର୍‌ ସାଢ଼େ ୪ଟାରୁ ଜନସମାଗମ ଆରମ୍ଭ ହୋଇ ଯାଇଥିଲା ନଦୀ କୂଳରେ। ଭୋର୍‌ ୫ଟାରୁ ୬ଟା ମଧ୍ୟରେ ଉଦିତ ସୂର୍ଯ୍ୟକୁ ମହାଅର୍ଘ୍ୟ ଢାଳିଥିଲେ ବିହାରୀ ମହିଳାମାନେ। ଏହା ପରେ ବିରାମ ଲାଗିଥିଲା ଏହି ବ୍ରତ ଉପରେ।

ଆଜିର ମୁଖ୍ୟ ଆକର୍ଷଣ ଥିଲା ‘ଠେକୁଆ ପିଠା’। ଘିଅ, ଗୁଡ଼ ଓ ଅଟାରେ ପ୍ରସ୍ତୁତ ଏହି ପିଠା ତିଆରି ବେଳେ ତନ, ମନ ଓ ପାରିପାର୍ଶ୍ୱିକ ସ୍ୱଚ୍ଛ ଓ ପବିତ୍ର ବାତାବରଣ ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ। ଆଜି କୁଆଖାଇ ନଦୀ ପଠାରେ ପ୍ରାୟ ୭୦୦୦ ଲୋକଙ୍କୁ ‘କୁଆଖାଇ ଛଟ୍‌ ପୂଜା ସମିତି’ ପକ୍ଷରୁ ଏହି ଭୋଗ ବଣ୍ଟନ କରାଯାଇଛି। ଏହାସହ ବ୍ରତଧାରୀ ଓ ଆଗନ୍ତୁକଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହେବା ସହ ପାରିପାର୍ଶ୍ୱିକ ସ୍ୱଚ୍ଛତା ଉପରେ ନଜର ରଖାଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ‘କୁଆଖାଇ ଛଟ୍‌ ପୂଜା ସମିତି’ର ନିପେନ୍ଦ୍ର ପ୍ରସାଦ ଚୌଧୁରୀଙ୍କ ସମେତ ସଞ୍ଜୟ ଝା, ଚନ୍ଦ୍ରଶେଖର ସିଂହ, ଏ. କେ ଉପାଧ୍ୟାୟ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe