ଉନ୍ମୋଚିତ ହେଲା ଗ୍ରାଣ୍ଡ୍‌ପା’ସ୍‌ କିଚେନ୍‌

Advertisment
ଉନ୍ମୋଚିତ ହେଲା ଗ୍ରାଣ୍ଡ୍‌ପା’ସ୍‌ କିଚେନ୍‌

ଭୁବନେଶ୍ବର: ଆଧୁନିକ ଜୀବନଶୈଳୀ ମଧ୍ୟରେ ଛନ୍ଦି ହୋଇଥିବା ମଣିଷ ଏବେ ପୁଣି ପାରମ୍ପରିକ ଖାଦ୍ୟ ମୁହାଁ ହୋଇଛି। ଏହି ପରିପ୍ରେକ୍ଷୀରେ ଆଧୁନିକ ମଣିଷ ଭୁଲି ଯାଇଥିବା ଓଡ଼ିଆ ଘରର ରାନ୍ଧଣାକୁ ପୁଣି ମନେ ପକାଇ ଦେବାକୁ ଉନ୍ମୋଚିତ ହୋଇଛି ‘ଗ୍ରାଣ୍ଡ୍‌ପା’ସ୍‌ କିଚେନ୍‌’। ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଏକ ସମାରୋହରେ ସୁଚିତ୍ରା ପ୍ରଧାନଙ୍କ ଏହି ପୁସ୍ତକ ଉନ୍ମୋଚିତ ହୋଇଥିଲା। ପୁସ୍ତକରେ ୧୨୭ ପ୍ରକାରର ଓଡ଼ିଆ ଖାଦ୍ୟ, ପିଠା, ମିଠା ଓ ଚଟଣିର ପ୍ରସ୍ତୁତି ସମ୍ପର୍କରେ ସଚିତ୍ର ତଥ୍ୟ ଓ ଲେଖା ଉପସ୍ଥାପନା କରାଯାଇଛି। ଏଥିରେ ଅଳୁପୋଡ଼ାଠାରୁ ଆରମ୍ଭ କରି ବାଇଗଣ ଚଟଣି, ମଣ୍ଡା ପିଠା, କେକ୍‌, କୋକଲି ଶୁଖୁଆ ବେସର, ଜେଜେ ବାପାଙ୍କ ମାଉଁସ ଝୋଳ, ମ‌ାଉଁସ ତରକାରୀ ଓ ଚିଙ୍ଗୁଡ଼ି ବେସର ଆଦିର ପ୍ରସ୍ତୁତି ପ୍ରଣାଳୀ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଛି। ୧୫୨ ପୃଷ୍ଠା ସମ୍ବଳିତ ଏହି ପୁସ୍ତକ ଗୃହିଣୀ ଓ ନବବିବାହିତାଙ୍କ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe