ଏଇଟା କ’ଣ ଆଉଟଗୋଇଙ୍ଗ୍‌ ସମ୍ବର୍ଦ୍ଧନା

Advertisment
ଏଇଟା କ’ଣ ଆଉଟଗୋଇଙ୍ଗ୍‌ ସମ୍ବର୍ଦ୍ଧନା

ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ବିଜେପି ରାଜ୍ୟ ସଭାପତି ବଦଳିବା ପରେ ସମୀର ମହାନ୍ତି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ଶ୍ରୀ ମହାନ୍ତି ଗାଡ଼ିରୁ ଓହ୍ଲାଇବା କ୍ଷଣି ଦଳର ସାଧାରଣ ସମ୍ପାଦକ ‌‌େଗାଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ସଦସ୍ୟ ଶର୍ମା, ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ ପ୍ରମୁଖ ଫୁଲ ତୋଡ଼ା ଦେଇ ସ୍ବାଗତ କରିଥିଲେ। ଏହା ଦେଖି ଶ୍ରୀ ମହାନ୍ତି କହିଥିଲେ, ଏଇଟା କ’ଣ ଆଉଟଗୋଇଙ୍ଗ୍ ସମ୍ବର୍ଦ୍ଧନା। ସଭାପତିଙ୍କ ଠାରୁ ଏହା ଶୁଣି ବିଜେପି ନେତା ଥତମମ ହୋଇଯାଇଥିଲେ। ଏହି ସମୟରେ ସଜ୍ଜନ ଶର୍ମା କହିଥିଲେ, ଆପଣଙ୍କୁ ଆଗକୁ ନୂଆ ଦାୟିତ୍ବ ମିଳୁ ସେଥିପାଇଁ ଶୁଭକାମନା ଜଣାଇ‌ଲୁ। ଏହାପରେ ସମସ୍ତେ ହସିହସି କାର୍ଯ୍ୟାଳୟ ପରିସରକୁ ଚାଲି ଯାଇଥିଲେ।

ଏହା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ନବନିଯୁକ୍ତ ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଜେପିର ସମସ୍ତ କାର୍ଯ୍ୟକର୍ତା, ସହଯୋଗୀ, ଗଣମାଧ୍ୟମ ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଥି‌େଲ। ଶ୍ରୀ ମହାନ୍ତି କହିଥିଲେ ଯେ, ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ନେତୃତ୍ୱରେ ଆଗାମୀ ଦିନରେ ପାର୍ଟିର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହ ରାଜ୍ୟରେ ବିଜେଡିର ବିକଳ୍ପ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe