ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଯୁବକଙ୍କ ପଦଯାତ୍ରା: ବାରଙ୍ଗ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

Advertisment
ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଯୁବକଙ୍କ ପଦଯାତ୍ରା: ବାରଙ୍ଗ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ବାରଙ୍ଗ/ତ୍ରିଶୂଳିଆ: ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା କରୁଥିବା ଜଗତସିଂପୁର ବାଲିକୁଦାର ସତ୍ୟବ୍ରତ ଦାସ (୨୬) ଆଜି ବାରଙ୍ଗ ବ୍ଲକରେ ପହଞ୍ଚିଥିଲେ। ହାତରେ ଜାତୀୟ ପତାକା ଧରି ଓଡ଼ିଶା ପରିଭ୍ରମଣ କରୁଥିବା ସତ୍ୟବ୍ରତ ଏହି ଅବସରରେ ବିଡିଓ ପ୍ରଭାକର ପଣ୍ଡାଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଜି ସୁଦ୍ଧା ସେ ୫୦୩ ଦିନର ପଦଯାତ୍ରା କରି ୨୭୯ ବ୍ଲକରେ ପହଞ୍ଚି ସାରିଲେଣି। ଏହି ସମୟ ମଧ୍ୟରେ ସେ ଚାଲି ଚାଲି ମୋଟ୍‌ ୮ ହଜାର ୮୦୦ କିଲୋମିଟର ରାସ୍ତା ଅତିକ୍ରମ କରି ସାରିଲେଣି ବୋଲି କହିଛନ୍ତି। ଓଡ଼ିଶାର ସମସ୍ତ ୩୧୪ ବ୍ଲକରେ ପହଞ୍ଚିବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି।

ଇତିମଧ୍ୟରେ ସେ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ନୟ‌ାଗଡ଼ ଜିଲ୍ଲା ଅତିକ୍ରମ କରି ସାରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଜୁଲାଇରୁ ସେ ଯାଜପୁର ବଡ଼ଚଣା ବ୍ଲକରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ଆଜି ସତ୍ୟବ୍ରତଙ୍କୁ ବାରଙ୍ଗ ବ୍ଲକ ଆଞ୍ଚଳିକ ପ୍ରେସ୍‌ କ୍ଲବର ସଦସ୍ୟମାନେ ବାଆଁରା ଶ୍ରୀସୁବୁଦ୍ଧେଶ୍ୱର ପୀଠ ନିକଟରେ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe