ଧଉଳି: ଧଉଳି ଥାନା ଅଞ୍ଚଳର ଜଣେ ନାବାଳିକା କଲେଜ ଯାଉଛି କହି ନିଖୋଜ ହୋଇଯାଇଛି। ବାଳକାଟି ପ୍ରତାପଶାସନ କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ୁଥିବା ସଂପୃକ୍ତ ଛାତ୍ରୀଙ୍କୁ ତାଙ୍କ ପଡ଼ୋଶୀ ଘରର ଜଣେ ଯୁବକ ଅପହରଣ କରି ନେଇଥିବା ସଂକ୍ରାନ୍ତରେ ଛାତ୍ରୀଙ୍କ ବଡ଼ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଥାନାରେ ଅପହରଣ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ନେଇ ଅନୁସନ୍ଧାନ ଜାରି ରଖିଛି। ପ୍ରାପ୍ତ ସୂଚନାନୁଯାୟୀ ନାବାଳିକା ଜଣକ ଗତକାଲି ପୂର୍ବାହ୍ଣରେ ଘରୁ କଲେଜ ଯାଇଥିଲେ। ହେଲେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ସବୁଆଡ଼ୁ ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ।
କଲେଜ ଯାଉଛି କହି ନାବାଳିକା ନିଖୋଜ
Advertisment
Follow Us