କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର: ଓଡ଼ିଆ ଭାଗବତରେ ଗଭୀର ଦର୍ଶନ ରହିଛି। ଏହାର ପାଠକୀୟ ଆଦୃତି ସବୁ ପୁସ୍ତକଠାରୁ ଊର୍ଦ୍ଧ୍ବରେ। ତେଣୁ ସାହିତ୍ୟରେ ଗଭୀର ଦର୍ଶନକୁ ସରଳ ଭାଷାରେ ଲେଖି ପାଠକୀୟ ଆଦୃତି ପାଇ ହେବ। କିଟ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ କଳିଙ୍ଗ ପର୍ଯ୍ୟଟନ ସାହିତ୍ୟ ମହୋତ୍ସବର ଶେଷ ଦିବସରେ ଓଡ଼ିଆ ଲେଖକ ଓ କବିମାନେ ଏପରି ମତ ପ୍ରକାଶ କରିଛନ୍ତି। ‘ଗଭୀର ଦର୍ଶନ ଓ ପାଠକୀୟ ଆଦୃତି’ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଭାଗ ନେଇ କବି ଭାରତ ମାଝୀ, ଯୁବ ଲେଖକ ସରୋଜ ବଳ, ସାହିତ୍ୟିକ ରାଜେନ୍ଦ୍ର ରାଉଳ, ଐତିହାସିକ ଜ୍ୟୋତି ନନ୍ଦ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷ ଦିବସରେ ସହରୀକରଣ, ସାହିତ୍ୟ, ମାର୍କେଟିଙ୍ଗ, ଗଣମାଧ୍ୟମ, ଖାଦ୍ୟ ତଥା ଅର୍ଥନୀତି ସମ୍ପର୍କିତ ଅଧିବେଶନ ଅନୁଷ୍ଠିତ ହେଇଥିଲା। ରିଜର୍ଭ ବ୍ୟାଙ୍କର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ରବି ମିଶ୍ର, ଖାଦ୍ୟ ଓ ସା˚ସ୍କୃତିକ ଐତିହାସିକ ପୁଷ୍ପେଶ ପନ୍ତ, ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିକାଶ ମୁଖ୍ୟ ସନ୍ତୃପ୍ତ ମିଶ୍ର ପ୍ରମୁଖ ଯୋଗଦେଇ ନିଜର ମତ ରଖିଥିଲେ। ତିନିଦିନ ବ୍ୟାପୀ ଅନୁଷ୍ଠିତ ମହୋତ୍ସବରେ ୪୫ଟି ଅଧିବେଶନ ଅନୁଷ୍ଠିତ ହେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe