କାର୍‌ରୁ ୩୬ କେଜି ଗଞ୍ଜେଇ ଜବତ, ୨ ଗିରଫ

Advertisment
କାର୍‌ରୁ ୩୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ବାରଙ୍ଗ : ବାରଙ୍ଗ ଥାନା ଅଧୀନ ଗୋଡ଼ିସାହି ଗ୍ରାମ ନିକଟରୁ ଅବକାରୀ ବିଭାଗର ସ୍ବତନ୍ତ୍ର ଦଳ ସୋମବାର ଏକ କାର୍‌ରୁ ୩୬ କେଜି ଗଂଜେଇ ଜବତ କରିବ‌ା ସହ ୨ ଜଣଙ୍କୁ ଗିରଫ କରିଛି। କାର୍‌ରେ ଗଂଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଟିମ୍ ଗୋଡ଼ିସାହି ଗ୍ରାମ ନିକଟରେ ଛକି ରହିଥିଲା। କାର୍‌ଟି ମୁଣ୍ଡଳୀ ପଟରୁ ବାରଙ୍ଗ ଆଡ଼କୁ ଆସୁଥିବା ବେଳେ ତାକୁ ଅଟକାଇଥିଲେ। ଯାଞ୍ଚ ବେଳେ କାର୍‌ ଭିତରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe