କୋଭିଡ୍‌ କଟକଣାରେ ‘ଛଟ୍‌’ ଛାତ ଉପରେ ଅସ୍ଥାୟୀ ଜଳାଶୟରେ ପାଳିଲେ

Advertisment

in covid guideline

in covid guideline

କୋଭିଡ୍‌ କଟକଣାରେ ‘ଛଟ୍‌’ ଛାତ ଉପରେ ଅସ୍ଥାୟୀ ଜଳାଶୟରେ ପାଳିଲେ

ଭୁବନେଶ୍ବର: ସବୁବର୍ଷ ଭଳି ଏବର୍ଷ ଧୁମ୍‌ଧାମ୍‌ରେ ପାଳନ ହୋଇନି ଛଟ୍‌ ପର୍ବ। ନଦୀଘାଟରେ କି ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିନି ବ୍ରତଧାରୀଙ୍କ ଭିଡ଼। କିଏ ଛାତ ଉପରେ ତ କିଏ ଘର ନିକଟରେ ଅସ୍ଥାୟୀ ଜଳାଶୟ ପ୍ରସ୍ତୁତ କରି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ଛଟ ପର୍ବ ପାଳନ ପାଇଁ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ରାଜଧାନୀରେ ଏଭଳି ଛଟ ପର୍ବ ପାଳନ ଦେଖିବାକୁ ମିଳିଛି। ଯଦିଓ ପର୍ବର ରୀତିନୀତି ଅନୁଯାୟୀ ବିଭିନ୍ନ ଜଳାଶୟ ଏବଂ ନଦୀ ତୁଠରେ ଉଦିତ ଏବଂ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥାଏ। ମାତ୍ର ଚଳିତ ବର୍ଷ କୋରୋନା ପାଇଁ ସର୍ବସାଧାରଣ ଘାଟ ଓ ନଦୀ ତୁଠରେ ଅର୍ଘ୍ୟ ପ୍ରଦାନ ଉପରେ ବିଏମ୍‌ସି ପକ୍ଷରୁ କଟକଣା ଲାଗୁ କରାଯାଇଥିଲା।

କୋଭିଡ୍‌ ପାଇଁ ଛଟ୍‌ର ମାହୋଲ ଏଥର ସଂପୂର୍ଣ୍ଣ ଫିକା ପଡିଯାଇଛି। କାଳେ ‌ଜନଗହଳି ହେବ। ତେଣୁ ଏଥିରେ ରୋକ୍‌ ଲଗାଇବା ପାଇଁ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ନଦୀ ଘାଟରେ ପୁଲିସ ମୁତୟନ କରାଯାଇଥିଲା। ବ୍ରତଧାରୀମାନେ ନିଜ ଘର, କଲୋନି ଆଦି ନିକଟ ଖୋଲାସ୍ଥାନରେ ଗାତ ଖୋଳି ଅସ୍ଥାୟୀ ଜଳାଶୟ ତିଆରି କରିଥିଲେ। ଅପରାହ୍‌ଣରେ ବ୍ରତଧାରୀମାନେ ଘରେ ସ୍ନାନ କରି ସପରିବାରେ କୃତ୍ରିମ ଜଳାଶୟ ନିକଟକୁ ଆସିଥିଲେ। ନିୟମ ଅନୁଯାୟୀ ପରିବାରର ଜଣେ ଘରେ ପ୍ରସ୍ତୁତ ଖୁଡୁମା, ଠେକୁଆ ସହିତ ମିଳୁଥିବା ଫଳ, ଅଦା, ଆଖୁ, ମୂଳା, ପିଜୁଳି, ପାଣି ସିଙ୍ଗଡ଼ା, ବାତାପି, ସେଓ, କଦଳୀ ଆଦି ପ୍ରସାଦକୁ ଗୋଟିଏ ଟୋକେଇରେ ଧରି ଦୀପ ଓ ଧୂପ ଦେଇ ଅସ୍ତମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe