କ୍ୟାନ୍‌ସର ଚିକିତ୍ସାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଏମ୍‌ସରେ ଅତ୍ୟାଧୁନିକ ବିକିରଣ ଜ୍ଞାନକୌଶଳ

Advertisment

A new chapter has been added to the treatment of cancer

A new chapter has been added to the treatment of cancer

ଏମ୍ସ ଠିକା ଶ୍ରମିକଙ୍କ ବେତନରୁ କଟୁଛି ୭୫୦ ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

Justdial

ଭୁବନେଶ୍ବର: କ୍ୟାନ୍‌ସର ଚିକିତ୍ସାରେ ଭୁବନେଶ୍ବର ଏମ୍‌ସ ଏକ ନୂତନ ଅଧ୍ୟାୟ ଯୋଡ଼ିଛି। ନୂଆ ବିକିରଣ ଜ୍ଞାନକୌଶଳ ପ୍ରୟୋଗ କରି ଏଣିକି ଏହି ରୋଗର ଚିକିତ୍ସା କରାଯିବ। ଫଳରେ କେବଳ କ୍ୟାନସର୍‌ ସଂକ୍ରମିତ ଅଂଶରେ ବିକିରଣ ପଦ୍ଧତି ପ୍ରୟୋଗ ହୋଇପାରିବ ଓ ଅଣପ୍ରଭାବିତ ଅଂଶ ସୁରକ୍ଷିତ ରହିବ। ଭାରତୀୟ ଆଟମିକ୍ ଏନର୍ଜି ରେଗୁଲେଟୋରି ବୋର୍ଡ ଅନୁ‌ମୋଦନ ପାଇ ସାରିବା ପରେ ଭୁବନେଶ୍ବର ଏମ୍‌ସ ଏହି ନୂତନ ପଦ୍ଧତି ପ୍ରୟୋଗ କରିବାକୁ ଯୋଗ୍ୟ ବିବେଚିତ ହୋଇଛି ଓ ଭାରତର କେତୋଟି ହାତଗଣତି ହସ୍ପିଟାଲ ମଧ୍ୟରେ ସ୍ଥାନିତ ହେବାର ଗୌରବ ଅର୍ଜନ କରିଛି।

ଭୁବନେଶ୍ବର ଏମ୍‌ସର ରେଡିଏସନ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦିଲ୍ଲୀପ କୁମାର ପରିଡ଼ାଙ୍କ ସୂଚନାନୁସାରେ ରେଡିଏସନ୍‌ ଟେକ୍ନୋଲୋଜିରେ ଏହି ନୂତନ ପଦ୍ଧତି ହେଉଛି ଷ୍ଟେରିଓଟାକ୍ଟିକ୍‌ ରେଡିଓ ସର୍ଜରି, ରେଡିଓ ଥେରାପି, ଗାଟେଡ୍‌ ରେଡିଓ ଥେରାପି ଓ ଷ୍ଟେରିଓଟାକ୍ଟିକ୍ ବଡି ରେଡିଏସନ୍‌। ଏହି ନୂତନ ପଦ୍ଧତିର ସଫଳ ପରୀକ୍ଷଣ ସରିଛି। ତେଣୁ ଏଣିକି ଏହି ପଦ୍ଧତିରେ ଟ୍ୟୁମର ଓ କ୍ୟାନ୍‌ସର ଚିକିତ୍ସା କରାଯାଇ ପାରିବ ବୋଲି ଅନୁମତି ମିଳିଛି। ପ୍ରଫେସର ପରିଡ଼ା କହିଛନ୍ତି ବାମ ପାର୍ଶ୍ବ ବ୍ରେଷ୍ଟ ଟ୍ୟୁମର୍‌ରେ ବିକିରଣ ପ୍ରୟୋଗ କଲାବେଳେ ହୃତ୍‌ପିଣ୍ଡ ପ୍ରଭାବିତ ହେବା ଆଶଂକା ଥାଏ। ମାତ୍ର ଏବେ ଏହି ନୂଆ ପଦ୍ଧତି ଦ୍ବାରା ରେଡିଏସନ୍‌ ମେସିନ୍‌ କେବଳ ବ୍ରେଷ୍ଟ ଟ୍ୟୁମର ଅଂଶରେ ବିକିରଣ କରିବ। ହୃତ୍‌ପିଣ୍ଡକୁ ସମ୍ପୂର୍ଣ୍ଣ ଅଲଗା ଓ ସୁରକ୍ଷିତ ରଖିବ। ଏମିତିକି ହୃତ୍‌ପିଣ୍ଡକୁ ବିକିରଣ ରଶ୍ମି ଛୁଇଁବା ପୂର୍ବରୁ ମେସିନ୍ ଆପେ ଆପେ ବନ୍ଦ ହୋଇଯିବ ଓ ସ୍ବତଃ ହୃତ୍‌ପିଣ୍ଡକୁ ନିରାପଦ ଦୂରତାରେ ରଖିବା ପରେ ମେସିନ୍‌ ପୁଣି ଚାଲିବ। ଏହି ପଦ୍ଧତି ଫଳରେ ଯକୃତ, ପାନ୍‌କ୍ରିୟାଜ୍‌, ବୃକକ୍, ବ୍ରେଷ୍ଟ ଓ ପ୍ରୋଟେଷ୍ଟ ଭଳି ସମ୍ବେଦନଶୀଳ ସ୍ଥାନରେ ଟ୍ୟୁମର୍‌ ହୋଇଥିଲେ, ନିରାପଦରେ ବିକିରଣ ପଦ୍ଧତି ପ୍ରୟୋଗ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe