ଘର ଆଗରେ ଅଳିଆ ଗଦାଉଛି ପୌରସଂସ୍ଥା

Advertisment
ଘର ଆଗରେ ଅଳିଆ ଗଦାଉଛି ପୌରସଂସ୍ଥା

ଜଟଣୀ: ଜଟଣୀ ପୌରସଂସ୍ଥା ଏବେ ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଲାଣି। ଲୋକଙ୍କ ଘର ଆଗରୁ ଆବର୍ଜନା ଉଠାଇବା ପରିବର୍ତ୍ତେ ଏବେ ଘର ଆଗରେ ଅଳିଆ ଗଦା କରାଯାଉଛି। ସ୍ଥିତି ଏପରି ହୋଇଛି ଯେ ଲୋକ ଘରୁ ବାହାରି ପାରୁନାହାନ୍ତି। ଲୋକମାନେ ନିର୍ବାହୀ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରୁଥିଲେ ହେଁ କିଛି ସୁଫଳ ମିଳୁନି। ଜଟଣୀ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବାଛରା ପାଟଣା, ହାଟ ବଜାର (ଜଟଣୀ ଗାଁ), ରେଲୱେ ଆକାଉଣ୍ଟସ କଲୋନି, ଟ୍ରାଫିକ କଲୋନି ଅଞ୍ଚଳରେ ଏବେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଥିବାବେଳେ ବର୍ଷାରେ ଏହା ଓଦା ହୋଇ ସାରା ଅଞ୍ଚଳରେ ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେଲା ଅଳିଆ ଉଠୁନଥିବାରୁ ‌ସ୍ଥାନୀୟ ବାସିନ୍ଦା ଜଟଣୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ ସେ ଅଳିଆ ଉଠାଇବା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। କେବଳ ଏତିକି ନୁହେଁ ଏହି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ୍ ଦୀର୍ଘ ଦିନ ହେଲା ଜଳୁ ନଥିଲେ ହେଁ ପୌରସଂସ୍ଥା ପକ୍ଷରୁ କିଛି ପଦକ୍ଷେପ ନିଆଯାଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe