ଭୁବନେଶ୍ୱର: ଚିତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ। ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୟୁନିଟ୍ ୯ସ୍ଥିତ ରାଜ୍ୟ ସ୍କାଉଟ୍ ଓ ଗାଇଡ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ଚିତ୍ରାଙ୍କନ ପ୍ରତିଯୋଗିତା। ୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଫୋରମ୍ର ସମ୍ପାଦିକା ଅନୁରାଧା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତା ହୋଇଥିଲା। ମେୟର ଅନନ୍ତ ନାରାୟଣ ଜେନା, ମୁରଲୀ ଶର୍ମା, ସାମ୍ବାଦିକ ସନ୍ଦୀପ ସାହୁ, ସତ୍ୟବ୍ରତ ପଣ୍ଡା, ସୁରେଶ ମନ୍ତ୍ରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶୋଭେଦିତା ରୟ, ଗାୟତ୍ରୀ ପୃଷ୍ଟି, ସୋନାଲି ମହାପାତ୍ର, ଲୋରା ମହାପାତ୍ର, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ଆନି ଶତପଥୀ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us