ଚିନ୍ତା ବଢ଼ାଇଲେ ୫୦ ନମ୍ବର କରୋନା ସଂକ୍ରମିତ

Advertisment
ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ୍

Photo: VCU News

ଖୋର୍ଦ୍ଧା: ଗତକାଲି ଭୁବନେଶ୍ବରର ଜଣେ କରୋନା ସଂକ୍ରମିତଙ୍କ ଗସ୍ତ ସୂଚୀ ଜାରି ହେବା ପରେ ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛନ୍ତି। ଆଜି ସଂକ୍ରମିତ ରହିଥିବା ସମ୍ପର୍କୀୟଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଛି।

ସୂଚନାନୁସାରେ, ଗତକାଲି ସ୍ବାସ୍ଥ୍ୟ ବିଭାଗ ୫୦ ନମ୍ବର ସଂକ୍ରମିତଙ୍କ ଗସ୍ତ ସୂଚୀ ଜାରି କରିଥିଲେ। ଗସ୍ତ ସୂଚୀରେ ଭୁବନେଶ୍ବର ମଧୁସୂଦନ ନଗରରେ ରହୁଥିବା ୨୨ ବର୍ଷୀୟ ଯୁବକଙ୍କ ୪୧ ନମ୍ବର ସଂକ୍ରମିତଙ୍କ ସମ୍ପର୍କରେ ଆସିଥିଲେ। ସେ ୧୮ ତାରିଖରେ ବାଣପୁରର ବଡ଼ ହନ୍ତୁଆଡ଼ରେ ରହୁଥିବା ନିଜର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ସେଠାରେ ସେ ୨୦ ତାରିଖ ଯାଏଁ ରହିଥିଲେ। ୨୦ ତାରିଖରେ ଭୁବନେଶ୍ବର ଫେରିଯାଇଥିଲେ। ଗତକାଲି ଏନେଇ ସୂଚନା ପ୍ରକାଶ ପାଇବା ପରେ ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତ ରହିଥିବା ପରିବାରକୁ ଠାବ କରାଯାଇଛି। ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ଭୁବନେଶ୍ବର ପଠାଯାଇଛି ବୋଲି ସିଡିଏମ୍ଓ ଡା. ବିଶ୍ବମୋହନ ପତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଆଜି ସୁଦ୍ଧା ଜିଲ୍ଲାର ୪ଟି ସ୍ବାସ୍ଥ୍ୟ ପରୀକ୍ଷଣ କେନ୍ଦ୍ରରୁ ୪୦୨ଟି ସ୍ବାବ୍ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ଆଜି ଖୋର୍ଦ୍ଧାରୁ ୨୦ଟି, ଟାଙ୍ଗୀରୁ ୫, ବୋଲଗଡ଼ରୁ ୬, ବାଳକାଟିରୁ ୪ ଓ ବାଣପୁରରୁ ୧୫ଟି ସ୍ବାବ୍ ନମୁନା ଏଭଳି ମୋଟ ୫୦ଟି ସ୍ବାବ୍ ନମୁନା ପରୀକ୍ଷଣ ପାଇଁ ଏମ୍ସ ପଠାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe