ଚୋରା ବେପାରୀଙ୍କ ହାତରେ ସରକାରୀ ମଦ! ଟେର୍ ପାଉନି ଅବକାରୀ ଥାନା ପୁଲିସ

ଆଗ ପଟେ ତାଲା, ପଛ ବାଟ ଚାଲିଛି କାରବାର 31 / 5000 Translation results

ହୋଟେଲରୁ ୪୫ ବିରଳ ମଦ ବୋତଲ ଚୋରାଇଲେ ଦମ୍ପତି: ଗୋଟିକର ଦାମ୍‌ ୩ କୋଟି

free press journal

ପୁରୁଣା ଭୁବନେଶ୍ବର: ସାରା ରାଜ୍ୟରେ ଚାଲିଛି ଲକ୍‌ଡାଡନ। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ଦୋକାନ ବଜାର ବନ୍ଦ। ଏହି ସମୟରେ ସାମାଜିକ ଦୂରତ୍ବ ସହ ଶାନ୍ତିଶୃଙ୍ଖଳାକୁ ଗୁରୁତ୍ବ ଦେଉଛନ୍ତି ସରକାର। ଲାଇସେନ୍ସପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବି ବନ୍ଦ ରହିଛି। ତେବେ କିଛି ଅସାଧୁ ମଦ ଦୋକାନୀ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ନଜରକୁ ଆସୁଛି। ଆଗ ପଟେ ତାଲା ପକାଇ ଦୋକାନ ପଛ ବାଟେ କାରବାର କରୁଛନ୍ତି। ସବୁ ଦିନ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଲକ୍ଷାଧିକ ଟଙ୍କାର ମଦ ଚୋରା ଚାଲାଣ ହେଉଛି। କିନ୍ତୁ ଟେର୍ ପାଉନି ଅବକାରୀ ଥାନା ପୁଲିସ। ରାଜ୍ୟର ଏକାଧିକ ସ୍ଥାନରୁ ଲକ୍ଷାଧିକ ଟଙ୍କାର ମଦ ଜବତ କରୁଛି ପୁଲିସ। କେତେକ ସ୍ଥାନରେ ଅବକାରୀ ବିଭାଗ ଚୋରା ମଦ ଜବତ କରିଥିଲେ ମଧ୍ୟ ଏହି ଚୋରା କାରବାରରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ। ଏପଟେ ମଦ ଦୋକାନ ସିଲ୍ ହେଉନି କି ଅବକାରୀ ଥାନା କାର୍ଯ୍ୟାନୁଷ୍ଠାନ ନେଉନି। କଳାବଜାର କରି ମୁନାଫା ମାରି ନେଉଛନ୍ତି ଦୋକାନୀ।

ଗତ କିଛି ଦିନ ଭିତରେ ରାଜଧାନୀ ଓ ଏହାର ଉପକଣ୍ଠରେ ବିଭିନ୍ନ ସ୍ଥାନରେ ପ୍ରାୟ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ କଲାଣି ପୁଲିସ। ଚଳିତ ମାସ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେବା ମାତ୍ରେ ବିଦେଶୀ ମଦ ଚୋରାଚାଲାଣ ବେଳେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ମଞ୍ଚେଶ୍ବର ଥାନାରେ ଦୁଇଥରରେ ୫୨ ବୋତଲ, ଖଣ୍ଡଗିରି ଥାନା ପକ୍ଷରୁ ଦୁଇ ଥରରେ ୯୩ ବୋତଲ, ଏୟାର ଫିଲଡ୍‌ ଥାନା ୪୦ ବୋତଲ, ବାଳକାଟି ଫାଣ୍ଡିରୁ ୨ଥରରେ ୮୦୦ ବୋତଲ ଚୋରା ମଦ ଜବତ ହୋଇଛି। ୪ ଦିନ ପୂର୍ବରୁ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ୍‌ ଛକରେ ଚୋରା ମଦ କାରବାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଇ ଯୁବଗୋଷ୍ଠୀ ମାରପିଟ୍‌ ହୋଇଥିଲେ। କେବଳ ଏହି ଘଟଣା ନୁହେଁ, ବିଭିନ୍ନ ଅଞ୍ଚଳରେ ଅଧିକାଂଶ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଏବେ ମଦ ଚୋରା ଚାଲାଣ ହେଉଛି। କେଉଁଠି ଗାଡ଼ି ଯୋଗେ ଚାଲାଣ କରାଯାଉଛି ତ ଆଉ କେଉଁଠି ଚୋରା ବେପାରୀ ବାଇକ୍‌ରେ ମଦ କିଣି ବେପାର କରୁଛନ୍ତି। ସହର ଓ ଗାଁ ଗଣ୍ଡାରେ ଚାଲିଛି ଏହି ଚୋରା ମଦ ବେପାର। ବେପାରୀ ମଦର ପ୍ରକୃତ ମୂଲ୍ୟଠାରୁ ପ୍ରାୟ ୩ ଗୁଣା ଅଧିକ ଦାମରେ ବିକ୍ରି କରୁଛନ୍ତି। ଫଳରେ ଦୋକାନୀ, ଚୋରା ବେପାରୀ ସମସ୍ତେ କଳାବଜାର ଆରମ୍ଭ କରିଦେଇଛନ୍ତି। ଗତବର୍ଷ ମଧ୍ୟ ଲକ୍‌ଡାଉନ ସମୟରେ ବିପୁଳ ପରିମାଣରେ ଚୋରା ମଦ ଜବତ ହୋଇଥିଲା। ସେତେବେଳେ ଲାଇସେନ୍ସପ୍ରାପ୍ତ ଦୋକାନୀ ଓ ଚୋରା ବେପାରୀଙ୍କ ମଧୁଚନ୍ଦ୍ରିକା ପଦାକୁ ଆସିଥିଲା। ସଟ୍‌ଡାଉନ୍‌ ଓ ଲକଡାଉନ୍‌ରେ ବିଭିନ୍ନ ଅଞ୍ଚଳରେ ଏଭଳି ଢଙ୍ଗରେ ମଦ କାରବାର ଚାଲିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କେତେକ ଲାଇସେନ୍ସପ୍ରାପ୍ତ ଦୋକାନରୁ ମଦ ଚାଲାଣ କରାଯାଉଛି। ଚୋରା ମଦ ବେପାର ନେଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଘନଘନ ଫୋନ୍ ଆସୁଛି। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଉଛି। କେତେକ ଘଟଣାରେ ପୁଲିସ ମଦ ଜବତ କରିବା ସହ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏବେ ଲକ୍‌ଡାଉନ ଚାଲୁଥିବାରୁ ପୁଲିସର କାମ ଯଥେଷ୍ଟ ବଢ଼ି ଯାଇଛି। ଦିନ ରାତି ଏକ କରି ପୁଲିସ ଏବେ ଅମାନିଆଙ୍କୁ ଜଗୁଛି। କିନ୍ତୁ ମଦ ଦୋକାନ ସିଲ୍ ହୋଇ ନ ଥିବାରୁ ଚୋରା ମଦ କାରବାର ବଢ଼ୁଛି। ଲକ୍‌ଡାଉନ ଚାଲିଥିବା ବେଳେ ଅବକାରୀ ବିଭାଗର ନିଷ୍କ୍ରିୟତା ଚୋରା ମଦ କାରବାରକୁ ପରୋକ୍ଷରେ ପ୍ରଶ୍ରୟ ଦେଉଛି। କାହିଁକି ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ସିଲ୍ କରାଯାଉନି? କାହିଁକି ଚୋରା ମଦ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଅବକାରୀ ଥାନା ? ଲକ୍ଷ ଲକ୍ଷ ଟଙ୍କାର ମଦ ଚାଲାଣ ହେଉଥିଲେ କାହିଁକି ଚୁପ୍ ବସିଛି ଅବକାରୀ ଟିମ୍ ? ଏନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏନେଇ ଅବକାରୀ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କିଛି କହିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe