‘ଜନପଥ’କୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

Advertisment
ଶିଶୁମାନଙ୍କ ସହ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଜନପଥକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି।

ଚିଠିରେ ଶ୍ରୀ ନାୟକ ଦର୍ଶାଇଛନ୍ତି, ଆସନ୍ତା ୨୯ ତାରିଖରେ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପଡ଼ୁଛି। ଇଂରେଜମାନେ ଯେଉଁଭଳି ଭାବେ ଜୟୀ ରାଜଗୁରୁଙ୍କୁ ବରଗଛ ଡାଳରେ ଦୁଇ ଗୋଡ଼କୁ ବାନ୍ଧି ଜିଅନ୍ତା ଫାଡ଼ିଦେଲେ, ସେହିପରି ବର୍ବରତା ବିଶ୍ବ ଇତିହାସରେ ବିରଳ। ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ଓ ଓଡ଼ିଶା ସ୍ବାଧୀନତାକୁ ବଜାୟ ରଖିବା ପାଇଁ ଜୟୀ ରାଜଗୁରୁଙ୍କ ଲଢ଼େଇ ଏକ ସମ୍ପୂର୍ଣ୍ଣ ଜନ ଆନ୍ଦୋଳନ ଥିଲା। ତାଙ୍କ ପରି ଜଣେ ମହାନ ଦେଶଭକ୍ତ ଓ ସାହସୀ ଯୋଦ୍ଧାଙ୍କୁ ଆମେ ଠିକ୍ ଭାବେ ସମ୍ମାନ ଦେଇ ନାହୁଁ। ସ୍କୁଲ୍‌, କଲେଜ ପାଠ୍ୟ ପୁସ୍ତକରେ ସେ କେବଳ ଗୋଟିଏ ପୃଷ୍ଠାରେ ସୀମିତ ହୋଇଯାଇଛନ୍ତି। ଓଡ଼ିଶା ବାହାରେ ତାଙ୍କ ବିଷୟରେ ଲୋକମାନେ ବହୁତ ବେଶି ଜାଣିନାହାନ୍ତି। ଏବେ ତାଙ୍କୁ ଉଚିତ ସମ୍ମାନ ଦେବାର ସମୟ ଆସିଛି। ଦେଶମାତୃକାର ସେବାରେ ସମର୍ପିତ ତାଙ୍କ ଜୀବନ ବିଷୟରେ ଅଧିକ ଗବେଷଣା କରି ତାଙ୍କ ବୀରତ୍ବର କାହାଣୀ ସାରା ଦୁନିଆକୁ ଜଣାଇବାର ଆବଶ୍ୟକତା ରହିଛି। ରାଜଧାନୀକୁ ରାଜ୍ୟ ବାହାରୁ ଅନେକ ଲୋକ ବିଭିନ୍ନ ସମୟରେ ଆସନ୍ତି। ଜୟୀ ରାଜଗୁରୁଙ୍କ ନାମରେ ରାଜଧାନୀରେ ଏକ ମୁଖ୍ୟ ରାସ୍ତାକୁ ନାମିତ କଲେ ଓଡ଼ିଶା ବାହାରୁ ଆସୁଥିବା ଲୋକମାନେ ଏହି ମହାନ୍‌ ଯୋଦ୍ଧାଙ୍କ ବିଷୟରେ ଜାଣିପାରନ୍ତେ। ଏହା ସହ ଓଡ଼ିଶାର କୌଣସି ଏକ ବଡ଼ ଶିକ୍ଷାନୁଷ୍ଠାନକୁ ତାଙ୍କ ନାମରେ ନାମିତ କରିବାକୁ ମଧ୍ୟ ଶ୍ରୀ ନାୟକ ପ୍ରସ୍ତାବ ଦେଇଛନ୍ତି। ପୂଜ୍ୟପୂଜାକୁ ସମ୍ମାନ ସବୁବେଳେ ଆମର ପ୍ରାଥମିକତାରେ ରହୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe