ଜୀବିକା ମିସନରେ ଲାଗିଲା ୭ ଶହ ନଡ଼ିଆ ଚାରା

Advertisment
ଜୀବିକା ମିସନରେ ଲାଗିଲା ୭ ଶହ ନଡ଼ିଆ ଚାରା

ବାଲିପାଟଣା: ଓଡ଼ିଶା ଜୀବିକା ମିସନ, ଇକ୍ରିସାଟ୍‌ ଏବଂ ମନେରଗା ଯୋଜନାରେ ଏହି ବ୍ଲକର ବିଭିନ୍ନ ଅଞ୍ଚଳରେ ନଡ଼ିଆ ଚାରା ରୋପଣ କରାଯାଉଛି। ଗତ କିଛି ଦିନ ଧରି ମହିଳା ହିତାଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ନଡ଼ିଆ ଚାରା ବଣ୍ଟନ କରାଯାଉଛି ଓ ରୋପଣ କରିବା ପର୍ଯ୍ୟନ୍ତ ତଦାରଖ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୫୬ ଜଣ ହିତାଧିକାରୀଙ୍କ ଦ୍ବାରା ୭ ଶହ ନଡ଼ିଆ ଚାରା ରୋପଣ ହୋଇ ସାରିଛି ‌ବୋଲି କାର୍ଯ୍ୟକ୍ରମର ସଂଯୋଜିକା ବିଜୟଲକ୍ଷ୍ମୀ ବେହେରା ସୂଚନା ଦେଇଛନ୍ତି।

ଆଜି ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗାଁରେ ଉତ୍କଳ ରଞ୍ଜନ ରାୟଙ୍କ ଜମିରେ ନଡ଼ିଆ ଚାରା ରୋପଣ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ ଚାରାର ମାନ ଏବଂ ଲଗାଇବାର ପ୍ରଣାଳୀ ସମ୍ବନ୍ଧରେ ଅଧିକାରୀମାନଙ୍କଠାରୁ ବିସ୍ତୃତ ଭାବେ ବୁଝିଥିଲେ। ଇକ୍ରିସାଟ୍‌ର ଅଧିକାରୀ ରାମବିକାଶ ଶର୍ମା ଏବଂ ଦୀପକ କୁମାର ସାହୁ ଗଛ ଲଗାଇବା ପୂର୍ବରୁ ମୂର୍ତ୍ତିକା ସଂଶୋଧନ, ଗର୍ତ୍ତ ଖନନ ଏବଂ ଗର୍ତ୍ତ ଭରିବା ପ୍ରଣାଳୀ, ଏମ୍‌ସଏଲ୍‌ ଆପ୍‌ର ବ୍ୟବହାର ଏବଂ ଚାରାର ସୁରକ୍ଷାକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ବୁଝାଇଥିଲେ। ଆଜି କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିସନ ଅଧିକାରୀ ବିବେକ ରଞ୍ଜନ ବେଉରିଆ, ସଂଗ୍ରାମ ଜେନା, ମନେରଗା ଅଧିକାରୀ ଜ୍ୟୋତ୍ସ୍ନାମୟୀ ରାଉତ, ବ୍ଲକ ସହକାରୀ ଯନ୍ତ୍ରୀ କାହ୍ନୁଚରଣ ନାୟକ, ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ପାଇକରାୟ ଏବଂ ସମସ୍ତ ସିଆର୍‌ପି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe