ଭୁବନେଶ୍ବର : ଭରତପୁର ଥାନା ଅନ୍ତର୍ଗତ ଆୟୁର୍ବେଦିକ ହସ୍ପିଟାଲ୍ ଛକ ସାମ୍ନା ଗଳିରେ ଟାଟା-ଏସ୍ ଧକ୍କାରେ ଗୁରୁବାର ଦିନ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଭଦ୍ରକ ଅଞ୍ଚଳର ରାଜୁ। ସେ ଦୀର୍ଘ ୬ ବର୍ଷ ହେବ, ଭରତପୁର ଅଞ୍ଚଳରେ ରହୁଥିଲେ।
ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏକ କଳିଙ୍ଗ ବିହାର ଲେନ୍ରେ ଏକ ଟାଟା ଏସ୍ (ଓଡି ୦୨ଏଏମ୍ ୮୧୨୩) ଯାଉଥିବା ବେଳେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ମାଡ଼ି ଯାଇଥିଲା। ଫଳରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ରାଜୁଙ୍କୁ ଧକ୍କା ଦେଇ ଗଛରେ ପିଟି ହୋଇଥିଲା। ରାଜୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଭରତପୁର ପୁଲିସ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଗାଡ଼ିକୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି।
Follow Us