ଦୂରଦର୍ଶନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି

ଦୂରଦର୍ଶନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ୧୪ ତାରିଖ ପୁରୀ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ଦୂରଦର୍ଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ କରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଦୂରଦର୍ଶନର ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ। ଏଥିପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୂରଦର୍ଶନର ୧୨ଟି ହାଇ-ଡେଫିନେସନ୍‌ କ୍ୟାମେରା ମାଧ୍ୟମରେ ଦର୍ଶକେ ବଡ଼ଦାଣ୍ଡରୁ ସିଧାସଳଖ ରଥଯାତ୍ରାର ଦୃଶ୍ୟ ଘରେ ବସି ଦେଖି ପାରିବେ। ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ଡିଡି ଓଡ଼ିଆରେ ସକାଳ ୮ଟା ୩୦ରୁ ଆରମ୍ଭ ହେବାକୁ ଥିବା ବେଳେ ଡିଡି ନ୍ୟାସନାଲରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, ଡିଡି ଭାରତୀ, ଡିଡି ଇଣ୍ଡିଆ ଓ ଡିଡି ବଙ୍ଗଳାରେ ସକାଳ ୯ଟାରୁ ରଥଟଣା ଶେଷ ପର୍ଯ୍ୟନ୍ତ କରାଯିବ। ଧାରା ବିବରଣୀ ଓଡ଼ିଆ, ହିନ୍ଦୀ, ଇଂରାଜୀ, ସଂସ୍କୃତ ତଥା ବଙ୍ଗଳା ଭାଷାରେ ପ୍ରସାରିତ ହେବ। ସେହିପରି ନ୍ୟାସନାଲ ଇନ୍‌ଫରମେଟିକ୍ସ ସେଣ୍ଟର ଦ୍ୱାରା ଶ୍ରୀଗୁଣ୍ଡିଚା ଯାତ୍ରାର େଓ୍ଵବକାଷ୍ଟ www.rathjatra.nic.in/rathjatra 2018html ମାଧ୍ୟମରେ ମଧ୍ୟ ଦର୍ଶକେ ଦେଖିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe