ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ସମ୍ବର୍ଦ୍ଧନା: ‘ଜଣେ ଭଲ ମଣିଷ ଭାବେ ସମସ୍ତଙ୍କୁ ସାହାଯ୍ୟ କରିବା ହିଁ ମୋର ମୂଳମନ୍ତ୍ର’

Advertisment
ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ସମ୍ବର୍ଦ୍ଧନା: ‘ଜଣେ ଭଲ ମଣିଷ ଭାବେ ସମସ୍ତଙ୍କୁ ସାହାଯ୍ୟ କରିବା ହିଁ ମୋର ମୂଳମନ୍ତ୍ର’

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ସ୍ଥିତ ସେଣ୍ଟର ଫର୍ ୟୁଥ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ (ସିୱାଇଏସଡି) ପ୍ରାଙ୍ଗଣରେ ଆଜି ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମରେ ସିୱାଇଏସଡିର ପ୍ରତିଷ୍ଠାତା ଜଗଦାନନ୍ଦ, ବୋର୍ଡ ମେମ୍ବର ବସନ୍ତ ମହାନ୍ତି, ସହ ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ ଉପସ୍ଥିତ ରହି ଶାନ୍ତି ଦେବୀଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଶାନ୍ତି ଦେବୀ କହିଥିଲେ, ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ କୁଷ୍ଠ ରୋଗୀଙ୍କ ସେବା ସହ ସମାଜସେବା ସଂସ୍ଥା ଦ୍ବାରା ଅନେକ ଆଦିବାସୀ ଝିଅଙ୍କୁ ପାଖରେ ରଖି ସଶକ୍ତ କରିଆସିଛନ୍ତି। ଜନ୍ମଦାତ୍ରୀ, ରମା ଦେବୀ ଏବଂ ବିଶ୍ବନାଥ ପଟ୍ଟନାୟକଙ୍କ ପ୍ରେରଣା ଏବଂ ଆଶୀର୍ବାଦ ତାଙ୍କୁ ଏତେ ବାଟ ଆଣି ପହଞ୍ଚାଇଛି। ପ୍ରତ୍ୟେକ କାର୍ଯ୍ୟ ଶ୍ରଦ୍ଧାର ସହିତ କରିବା, ସମସ୍ତଙ୍କ ପ୍ରତି ସହାନୁଭୂତି ରଖିବା ଏବଂ ଜଣେ ଭଲ ମଣିଷ ହିସାବରେ ସମସ୍ତଙ୍କୁ ସାହାଯ୍ୟ କରିବା ତାଙ୍କର ମୂଳମନ୍ତ୍ର ବୋଲି ଶାନ୍ତି ଦେବୀ କହିଥିଲେ।
ଜଗଦାନନ୍ଦ କହିଥିଲେ, ଶାନ୍ତି ଦେବୀ ହେଉଛନ୍ତି ଓଡ଼ିଶାର ମଦର ଟେରେସା। ଶାନ୍ତି ଦେବୀ ଏବଂ ରତନ ଦାସ, ଗାନ୍ଧୀଜୀ ଓ ବିନୋବାଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ବହି ଲେଖିବାର ନିଶା ଓ ଦୁର୍ଗମ ଆଦିବାସୀ ଅପହଞ୍ଚ ଇଲାକାରେ ରହି କାର୍ଯ୍ୟ କରିବାର ଅନୁଭୂତି ଜଗଦାନନ୍ଦ ବର୍ଣ୍ଣନା କରିଥିଲେ।

ସେ ଆହୁରି କହିଥିଲେ, ସେବା ଜୀବନ ଭିତରେ ସମସ୍ୟାକୁ ସାହସର ସହିତ ମୁକାବିଲା କରିବା ପାଇଁ ଯେଉଁ ସାଧନ ଦରକାର ସେଗୁଡିକ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ନିକଟରେ ରହିଛି। ସେ ଓଡ଼ିଶାର ଜଣେ ଅନନ୍ୟ ଚଳନ୍ତି କିଂବଦନ୍ତୀ। ସେବା ମନୋଭାବ ଦ୍ବାରା ସମାଜ ପାଇଁ ଅନେକ କିଛି କରାଯାଇ ପାରିବ ଏହାର ବାସ୍ତବ ଉଦାହରଣ ହେଉଛନ୍ତି ଶାନ୍ତି ଦେବୀ। ତାଙ୍କର ଜୀବନ ଗୋଟିଏ ଇତିହାସ ଓ ତାଙ୍କର ଦର୍ଶନ, କର୍ତ୍ତବ୍ୟନିଷ୍ଠ, ତ୍ୟାଗ, ପ୍ରେରଣା, ଭଲପାଇବା ଓ ଶ୍ରଦ୍ଧା ଓଡ଼ିଶା ପାଇଁ ଅତୁଳନୀୟ ଅବଦାନ ବୋଲି ଜଗଦାନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe