ପୁଣି ସିନ୍ଧିଚୋରି: ଲୁଟିନେଲେ ୫ଲକ୍ଷ ଟଙ୍କାର ଗହଣା

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ଭୁବନେଶ୍ବର : ପୁଣି ରାଜଧାନୀରେ ଘଟିଛି ଆଉ ଏକ ସିନ୍ଧିଚୋରି। ଗତକାଲି ବିଳମ୍ବିତ ରାତିରେ ଭରତପୁରରେ ଏକ ଘରର ଗ୍ରିଲ୍ ତାଡ଼ି ଲୁଟେରାମାନେ ୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ୨ଟି ଏଲ୍‌ଇଡି ଟିଭି ଲୁଟି ନେଇଛନ୍ତି। ଏନେଇ ପିଙ୍କି କର ଭରତପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି। ପୁଲିସ ସ୍ଥାନୀୟ ଅଞ୍ଚଳରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି।

ପିଙ୍କିଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାଣ୍ଡ ଘର ଗ୍ରିଲ୍ ତାଡ଼ି ଘରେ ପଶିଥିଲେ। ପରିବାର ଲୋକେ ଶୋଇଥିବା ରୁମ୍‌କୁ ସେମାନେ ବାହାରୁ କିଳି ଦେଇଥିଲେ। ଅନ୍ୟ ଏକ ରୁମ୍‌ରେ ଥିବା ଆଲ୍‌ମିରା ଭାଙ୍ଗି ସେଥିରୁ ୨ଟି ହାର୍, ମୁଦି, ସୁନାଚେନ୍, କାନଫୁଲ୍ ଓ ୨ଟି ଏଲ୍‌ଇଡି ଟିଭି ଚୋରି କରି ନେଇଥିଲେ। ପରିବାର ଲୋକେ ସକାଳୁ ଉଠିବା ବେଳେ ଚୋରି ହୋଇଥିବା କଥା ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ଗତକାଲି କମିସନରେଟ୍‌ ପୁଲିସ କୁଖ୍ୟାତ ସିନ୍ଧିଚୋର ସୁଧା ସମତେ ତା’ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ତା’ ଗ୍ୟାଙ୍ଗ୍‌ର ଆଉ କିଛି ସଦସ୍ୟ ଫେରାର୍ ହୋଇଯାଇଥିଲେ। ତେଣୁ ଏହି ଚୋରି ସୁଧା ଗ୍ୟାଙ୍ଗ୍‌ର ଲୁଟେରାମାନଙ୍କର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe