ଫାଷ୍ଟଫୁଡ୍‌ ଷ୍ଟଲ୍‌ରୁ ୭୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଦୋକାନୀ ଷ୍ଟାର୍‌ ପିଣ୍ଟୁ ଗିରଫ

Advertisment
୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

sambadenglish.com

ଭୁବନେଶ୍ୱର : କମିସନରେଟ୍‌ ପୁଲିସର ଅପରେସନ୍ ‘ହ୍ବାଇଟ୍‌ ସ୍ପାଇଡର୍‌’କୁ ପୁଣି ଏକ ବଡ଼ ସଫଳତା ମିଳିଛି। ଫାଷ୍ଟଫୁଡ୍‌ ଦୋକାନରୁ ଜବତ କରାଯାଇଛି ୭୪ ଗ୍ରାମ୍‌ର ବ୍ରାଉନ୍‌ସୁଗାର। ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଏୟାର୍‌ଫିଲ୍ଡ ଥାନା ମିଳିତ ଭାବେ ଚଢ଼ଉ କରି ଭୀମଟାଙ୍ଗୀ ଅଞ୍ଚଳର ଜଣାଶୁଣା ଫାଷ୍ଟଫୁଡ୍‌ ଦୋକାନୀ ପ୍ରଦୀପ୍ତ ସାହୁ ଓରଫ୍ ଷ୍ଟାର୍‌ ପିଣ୍ଟୁକୁ ଗିରଫ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ସାଢ଼େ ୭ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସୂଚନାନୁସାରେ, ଷ୍ଟାର୍‌ ପିଣ୍ଟୁର ଫାଷ୍ଟଫୁଡ୍‌ ଦୋକାନଟି ଏୟାର୍‌ଫିଲ୍‌ଡ ଥାନା ଅଧୀନ ଭୀମଟାଙ୍ଗି ମୁଖ୍ୟ ରାସ୍ତାରେ ଏକ ଜଣାଶୁଣା କାଉଣ୍ଟର। ରୋଲ୍‌, ଚାଉମିନ୍‌ ଓ ପକୋଡ଼ା ଭଳି ସୁସ୍ବାଦୁ ଫାଷ୍ଟଫୁଡ଼୍‌ ବିକ୍ରି ହେଉଥିବାରୁ ଏଠାରେ ବହୁ କଲେଜ ଛାତ୍ରଙ୍କ ଭିଡ଼ ଜମେ। ବିଶେଷକରି ଇଂଜିନିୟରିଂ ଛାତ୍ରମାନେ ଏହି କାଉଣ୍ଟର୍‌ର ଗ୍ରାହକ ଥିଲେ। ତେବେ ଏଠାରେ ଲୁଚାଛପାରେ ଧଳାଜହର ବିକ୍ରି ହେଉଥିଲା ବୋଲି କେହି ଠଉରାଇ ପାରୁନଥିଲେ। ଭଲ ଖାଇବା ପାଇଁ ଅଧିକ ଗ୍ରାହକ ଆସୁଥିଲେ ବୋଲି ଲୋକେ ଭାବୁଥିଲେ। ମାତ୍ର ଅସଲ କଥାଟି ନିଶା ବେପାର ବୋଲି ଜଣାପଡ଼ୁନଥିଲା। ବଡ଼ କଥା ହେଉଛି, ଷ୍ଟାର ପିଣ୍ଟୁ ଧଳାଜହର ଗ୍ରାହକ ଯୋଗାଡ଼ କରିବା ପାଇଁ କିଛି କଲେଜ ଛାତ୍ରଙ୍କୁ ନି‌ୟୋଜିତ କରିଥିବା ନେଇ ସୂଚନା ମିଳିଛି। ସେମାନେ କୁଜି ବେପାରୀ ସାଜି ଷ୍ଟାର ପିଣ୍ଟୁଠାରୁ ମାଲ୍ ନେଇ ବିକୁଥିଲେ କିମ୍ବା ଗ୍ରାହକ ଯୋଗାଡ଼ କରି କାଉଣ୍ଟରକୁ ଆଣୁଥିଲେ। କୌଣସି ସୂତ୍ରରୁ ସ୍ପେସାଲ୍‌ ସ୍କ୍ବାଡ୍‌ ଏହି ଖବର ପାଇବା ପରେ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ ସହଯୋଗରେ ସେଠାରେ ଚଢ଼ଉ କରିଥିଲା।

୨୦ ନିଶା ବେପାରୀ ଗିରଫ, ୩୦ ଲକ୍ଷର ବ୍ରାଉନ୍‌ସୁଗାର ଓ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଭୁବନେଶ୍ବର : ରାଜଧାନୀକୁ ନିଶା ବେପାରୀଙ୍କ କବଳରୁ ମୁକ୍ତ କରିବା ପାଇଁ କମିସନରେଟ୍‌ ପୁଲିସର ‘ହ୍ବାଇଟ୍ ସ୍ପାଇଡର୍‌’ ଅଭିଯାନ ଜାରି ରହିଛି। ଏହି ଅଭିଯାନର ସଫଳତା ମଧ୍ୟ ପରିଲକ୍ଷିତ ହେଉଛି ବୋଲି କୁହାଯାଉଛି। ସେପ୍ଟେମ୍ବର ମାସରେ ଭୁବନେଶ୍ବର କମିସନରେଟ୍‌ ପୁଲିସର ବିଭିନ୍ନ ଥାନା ଅଞ୍ଚଳରୁ ୨୦ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩୦୭ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଓ ୧୪୦ କେଜି ଗଂଜେଇ ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ଓ ଗଞ୍ଜେଇର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ ନଗଦ ୩ ଲକ୍ଷ ୬୪ହଜାର ଟଙ୍କା ଜବତ କରିଥିବା ବେଳେ ଗୋଟିଏ ୪ଚକିଆ, ଗୋଟିଏ ୩ ଚକିଆ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି। ସେହିଭଳି ଗୋଟିଏ ଦେଶୀ ବନ୍ଧୁକ ଓ ୫ଟି ଅଫୁଟା ଗୁଳି ମଧ୍ୟ ଜବତ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସବୁ ନିଶା ମାଫିଆଙ୍କୁ ଏନ୍‌ଡିପିଏସ୍ ଆକ୍ଟ୍‌ରେ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe