ଫ୍ଲାଟ୍‌ ଦେବା ନାଁରେ ଚଞ୍ଚକତା, ବିଲ୍ଡର ଗିରଫ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଭୁବନେଶ୍ବର : ଫ୍ଲାଟ୍‌ ଦେବା ନାଁରେ ଚଞ୍ଚକତା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ସେ ହେଲେ ବେସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ଜିତେନ୍ଦ୍ର ବିଶୋଇ ଓରଫ ଜିତୁ(୪୦)। ତାଙ୍କ ଘର କଟକ ଗୋପାଳପୁର ଅଞ୍ଚଳରେ। ପୁଲିସ ତାଙ୍କଠାରୁ ଗୋଟିଏ କାର୍‌ ଜବତ କରିଛି।

ସୂଚନା ମୁତାବକ, ପାଖାପାଖି ୭ବର୍ଷ ତଳେ ଜିତୁ ସହିଦନଗର ଅଞ୍ଚଳରେ ନିଜର ବିଲ୍ଡର ଅଫିସ୍‌ ଖୋଲିଥିଲେ ଏବଂ ରସୁଲଗଡ଼ ନିଗମାନନ୍ଦ ନଗରରେ ଲୋକଙ୍କୁ ଶସ୍ତାରେ ଫ୍ଲାଟ୍‌ ଦେବାର ଲୋଭ ଦେଖାଇ ଲକ୍ଷଲକ୍ଷ ଟଙ୍କା ନେଇଥିଲେ। ଅଭିଯୋଗ ଅନୁଯାୟୀ ଗତ ୨୦୧୬ ମସିହାରେ ସଂଗ୍ରାମ କେଶରୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଫ୍ଲାଟ ଦେବାପାଇଁ ସେ ୩୬ଲକ୍ଷ ଟଙ୍କା ନେଇଥିଲେ ଏବଂ କିଛିଦିନ ପରେ ତାଙ୍କୁ ‌ଫ୍ଲାଟ ହସ୍ତାନ୍ତର କରିଥିଲେ। ହେଲେ ସମାନ ଘରକୁ ପୂର୍ବରୁ ଖଲିଲ୍‌ ମାହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିକ୍ରି କରିଥିବା ଜଣାପଡ଼ିଥିଲା। ଖଲିଲ୍‌ ମହାନ୍ତି ଏହି ଘରକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ଆଣିଥିବା ବେଳେ ପରବର୍ତ୍ତୀ ସମୟରେ ଋଣ ପରିଶୋଧ କରିନଥିଲେ। ଫଳରେ ଆହ୍ଲାବାଦ୍‌ ବ୍ୟାଙ୍କ ୨୦୧୮ ମସିହ‌ାରେ ଘରକୁ ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଫ୍ଲାଟ୍‌ ପାଇଁ ସେ କୌଣସି ଋଣ କରିନଥିବା ବେଳେ ଘରେ ବ୍ୟାଙ୍କ ନୋଟିସ୍‌ ଦେଖି ସଂଗ୍ରାମ ଚକିତ ହୋଇଥିଲେ। ଏଥିପାଇଁ ଜିତୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ସେ କୌଣସି ଧରାଛୁଆଁ ଦେଇନଥିଲେ। ତାଙ୍କ ନାମରେ ପୂର୍ବରୁ ମାମଲା ଥିବାରୁ ସେ ଫେରାର୍‌ ହୋଇଯାଇଥିଲେ। ଏନେଇ ସଂଗ୍ରାମ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଶେଷ‌ରେ ଆଜି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe