‘ବଜରଙ୍ଗୀ’ର ଅଡିଓ ରିଲିଜ୍‌

Advertisment
‘ବଜରଙ୍ଗୀ’ର ଅଡିଓ ରିଲିଜ୍‌

ଚନ୍ଦ୍ରଶେଖରପୁର: ମୁନ୍‌ ମୁଭିଜ୍‌ ଓ ସାର୍ଥକ ମ୍ୟୁଜିକ୍‌ ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ବଜରଙ୍ଗୀ’ର ଆଜି ଅଡିଓ ରିଲିଜ୍‌ ହୋଇଯାଇଛି। ହୋଟେଲ ସୂର୍ଯ୍ୟାଂଶରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଜି ଏହାର ନିର୍ଦେଶକ ବିନି ପଟ୍ଟନାୟକ ଓ କାହାଣୀ-ପ୍ରଯୋଜନା କରିଥିବା ଶଚିକାନ୍ତ ଜେନା ଟିମ୍‌ର ସମସ୍ତ କଳାକାରମାନଙ୍କ ଗହଣରେ ଅଡିଓ ରିଲିଜ୍‌ କରିଥିଲେ।

ଏହି ଚଳଚ୍ଚିତ୍ରରେ ସଂଗୀତ ନିର୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଏହାର ୬ଟି ଗୀତ ମଧ୍ୟରୁ ‘ଧିମା ଧିମା ଆଖି..’ ଓ ‘ଚିହ୍ନା ଚିହ୍ନା ଆଖିରେ..’ ଲେଖିଛନ୍ତି ଗୀତିକାର ସୁବ୍ରତ ସ୍ୱାଇଁ ଏବଂ ଅନ୍ୟ ସମସ୍ତ ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ। ଯେଉଁଥିରୁ ସୁପର ହିଟ୍‌ ଗୀତ ‘ହଳଦୀ ଗିନା...’ ଓଲିଉଡ୍‌ ଦର୍ଶକଙ୍କୁ ଏକ ନୂଆ ସ୍ୱାଦ ଦେବ ବୋଲି କୁହାଯାଉଛି। ଏହି ଗୀତରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ବ୍ୟୁଟିଫୁଲ୍‌ ଦାସ ବାବୁ। ଏହି ଗୀତ ଗତବର୍ଷ ‘କିଏ ନେଇଗଲା ହଳଦୀ ଗିନା’ ରେକର୍ଡ଼କୁ ଭାଙ୍ଗିବ ବୋଲି ସୋଲିଆଲ୍‌ ମିଡିଆରେ ଚର୍ଚା ଜୋର ଧରିଛି।
ଅନ୍ୟ କଣ୍ଠଶୀଳ୍ପିମାନଙ୍କ ମଧ୍ୟରେ ହ୍ୟୁମାନ୍‌ ସାଗର, ଦୀପ୍ତିରେଖା ପାଢ଼ୀ, ଅନନ୍ୟା, ବିଶ୍ୱଜିତ୍‌ ମହାପାତ୍ର, ସୋହିନୀ ମିଶ୍ର, ଶିବାଶିଷ ଓ ଆଶୁତୋଷ ମହାନ୍ତି ଏଥିରେ କଣ୍ଠଦାନ କରିଛନ୍ତି। ପ୍ରେମ ଆନନ୍ଦଙ୍କ କହିବା ଅନୁଯାୟୀ ଗୀତ ଯେତିକି ସୁନ୍ଦର ହୋଇଛି ତା’ଠାରୁ ଅଧିକ ସୁନ୍ଦର ହୋଇଛି ଏହାର ଭିଜୁଆଲ୍‌। ଫିଲ୍ମର ନାୟକ ଅମ୍ଳାନ ଓ ନାୟିକା ଅନୁଭା ଏଥିରେ ଦେଖାଇଛନ୍ତି ଏକ ନୂଆ କ୍ୟାମେଷ୍ଟ୍ରି। ଯେଉଁ କହାଣୀ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିବ। ଏ ନେଇ ଅମ୍ଳାନ ଓ ଅନୁଭା କହିଲେ, ସେମାନଙ୍କ ପରିଶ୍ରମ ଏହି ଚଳଚ୍ଚିତ୍ରରେ ସୁଫଳ ଦେଖାଇବ। ଦର୍ଶକମାନେ ଏବେଠାରୁ ତାଙ୍କ ଗୀତରେ ଲକ୍ଷାଧିକ ଲାଇକ୍‌ ଦେଇ ସାରିଲେଣି। ଆଜି ଅଡିଓ ରିଲିଜ୍‌ ପରେ ଏହାର ସମସ୍ତ ଗୀତ ଓଲିଉଡ୍‌ରେ ଚହଳ ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥା ଦାବି କରିଛି। ଆଗାମୀ ୩ତାରିଖରେ ଏହି ଚଳଚ୍ଚିତ୍ରଟି ରାଜ୍ୟର ୭୫ଟି ହଲ୍‌ରେ ମୁକ୍ତିଲାଭ କରିବ ଏବଂ ଭଲ ବ୍ୟବସାୟୀ କରିବ ବୋଲି ପ୍ରଯୋଜକ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe