ଭୁବନେଶ୍ବର : ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଜାରି ରହିଥିବା ବେଳେ ଆଜି ମଧ୍ୟାହ୍ନରେ ବାଣୀବିହାର କ୍ୟାମ୍ପସ ଭିତରୁ ଜଣେ ଛାତ୍ରୀଙ୍କଠାରୁ ମୋବାଇଲ୍ ଫୋନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଛାତ୍ରୀଜଣଙ୍କ ମୋବାଇଲରେ କଥା ହେଉଥିବା ସମୟରେ ଦୁଇ ଦୁର୍ବୃତ୍ତ ଏକ କଳା ରଙ୍ଗର ବାଇକ୍ରେ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏହା ପରେ ସେମାନେ ଫେରାର୍ ହୋଇଯାଇଥିଲେ। ଲୁଟ୍ର ଶିକାର ହୋଇଛନ୍ତି, ଏମ୍ବିଏ ଛାତ୍ରୀ ଶାଶ୍ବତୀ ମହାପାତ୍ର। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି। ଖୁବ୍ଶୀଘ୍ର ଲୁଟେରାଙ୍କ ସନ୍ଧାନ ମିଳିବ ବୋଲି ପୁଲିସ କହିଛି।
ବାଣୀବିହାର କ୍ୟାମ୍ପସରେ ଛାତ୍ରୀଙ୍କଠାରୁ ମୋବାଇଲ ଲୁଟ୍
Advertisment
Follow Us