ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିସିସିର ପୂର୍ବତନ ସାଧାରଣ ସମ୍ପାଦିକା ତଥା ସମାଜସେବୀ ଚିତ୍ରଲେଖା ମହାନ୍ତି ବିଜେପିରେ ବିଧିବଦ୍ଧ ଯୋଗ ଦେଇଥିଲେ। ତାଙ୍କ ସହ ଭୁବନେଶ୍ବରର ସମାଜସେବୀ କୃଷ୍ଣା ବେହେରା, ରଞ୍ଜିତା ପରିଡ଼ା, ଗଣେଶ ପରିଡ଼ା, ଛାତ୍ର ନେତା ଜନ୍ମେଞ୍ଜୟ ରାଉତ, ମିଟୁ ଶ୍ରୀଚନ୍ଦନ ରାୟ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମଜବୁତ ହେବ ବୋଲି ଉପସଭାପତି ସମୀର ମହାନ୍ତି କହିଥିଲେ। ମିଶ୍ରଣ ପର୍ବରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us