ବିପର୍ଯ୍ୟୟ ନମନୀୟତା ଆବାସ ନିର୍ମାଣ ଉପରେ ଗୁରୁତ୍ବ

Advertisment
ବିପର୍ଯ୍ୟୟ ନମନୀୟତା ଆବାସ ନିର୍ମାଣ ଉପରେ ଗୁରୁତ୍ବ

ଭୁବନେଶ୍ବର: ଆବାସ ନିର୍ମାଣ ସହିତ ଏହାର ପାରିପାର୍ଶ୍ବିକ ସର୍ବନିମ୍ନ ସୁବିଧା ସୁଯୋଗ, ବିଦ୍ୟୁତ ଓ ଗ୍ରାମ୍ୟ ମିସ୍ତ୍ରିମାନଙ୍କୁ ଏହାର ନିର୍ମାଣରେ ନିୟୋଜିତ କରାଗଲେ ବାତ୍ୟା ପରବର୍ତୀ ବିପର୍ଯ୍ୟୟ ନମନୀୟତା ଆବାସ ଯୋଜନାର ବାସ୍ତବ ରୂପରେଖ ସାକାର ହୋଇପାରିବ। ଫଳରେ ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତିକୁ କମାଯାଇ ପାରିବ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ଯୁଗଳ କିଶୋର ମହାପାତ୍ର।

ଆଜି ସିୱାଇଏସ୍‌ଡିରେ ‘ନମନୀୟତା ଆବାସ ଯୋଜନା ଓ ସାମାଜିକ ଆବାସ’ ସଂପର୍କିତ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦ୍‌ଘାଟନ କରି ଶ୍ରୀ ମହାପାତ୍ର କହିଲେ, ଏନ୍‌ଏଫ୍‌ଏଚ୍‌ଏସ-୪ ତଥ୍ୟ ଅନୁସାରେ, ସହରାଞ୍ଚଳରେ ୪୦ ପ୍ରତିଶତ ପକ୍କା ଘର ଥିବା ବେଳେ ଗ୍ରାମାଞ୍ଚଳରେ ୧୧-୧୧.୫ ପ୍ରତିଶତ ପକ୍କା ଘର ରହିଛି। ଗ୍ରାମାଞ୍ଚଳରେ ନିର୍ମାଣ ହୋଇଥିବା ଅଧିକାଂଶ ଘର ପ୍ରାକୃତିକ ବିପର୍ଯ୍ୟୟ ଉପଯୋଗୀ ନୁହେଁ। ବାତ୍ୟା/ବନ୍ୟା ସମୟରେ ଲୋକମାନେ ନିଜ ଘରେ କିଭଳି ରହିପାରିବେ, ତାହା ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଲୋକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଉଥିବା ଗୃହର ବିଶେଷ ସଫଳ କାହାଣୀ ନାହିଁ। ଗ୍ରାମାଞ୍ଚଳର ବସବାସ କରୁଥିବା ଯେଉଁ ଲୋକମାନେ ସରକାରୀ ସୁବିଧା ସୁଯୋଗ ପାଉନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ସୁବିଧା ଦିଆଯିବା ଆବଶ୍ୟକ। ଏଥିପାଇଁ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଋଣ ଯୋଗାଇ ଦେବା ଜରୁରୀ। ଗ୍ରାମାଞ୍ଚଳରେ ଜମିଜମା ରେକର୍ଡ ସବୁ ସମୟ‌ରେ ଅପଡେଟ୍ ରହୁ ନ ଥିବାରୁ ଲୋକମାନଙ୍କୁ ସମସ୍ୟା ହୋଇଥାଏ। ଏହାକୁ ଦୂର କରିବା ପାଇଁ ଏକ ନୋଡାଲ ପଏଣ୍ଟ କରାଯିବା ଉଚିତ୍। ସେହିପରି ଗ୍ରାମାଞ୍ଚଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସାନ୍ଧ୍ରତା କମ୍ ଥିବାରୁ ରାଜ୍ୟ ସମବାୟ ବ୍ୟାଙ୍କ ଜରିଆରେ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ହାବିଟାଟ ଟେକ୍‌ନୋଲୋଜି ଗ୍ରୁପ୍‌ର ଅଧ୍ୟକ୍ଷ ପଦ୍ମଶ୍ରୀ ଜି.ଶଙ୍କର କହିଥିଲେ, ସରକାର, ସ୍ବେଚ୍ଛାସେବୀ ଅନୁଷ୍ଠାନ, କର୍ପୋରେଟ୍‌ ସଂସ୍ଥା ଓ ଗୋଷ୍ଠୀ ସମୂହର ସହଯୋଗ ଫଳରେ ପୁନଃନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ ସିଆରଏସ୍‌ ଶୈଳେନ୍ଦ୍ର ପଟ୍ଟନାୟକ, ଆଲୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ହ୍ୟୁମାନିଟାରିଆନ୍ ଏଡ୍‌ ଇଣ୍ଟରନାସନାଲ ଅଧ୍ୟକ୍ଷ ନୀଳମାଧବ ପୃଷ୍ଟି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିୱାଇଏସ୍‌ଡିର ଅଧ୍ୟକ୍ଷ ପି.କେ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe