ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

Advertisment

ବାପା ମା’ଙ୍କୁ ମାଡ଼ ମାରି ପୁଅ ଗିରଫ

ବାପା ମା’ଙ୍କୁ ମାଡ଼ ମାରି ପୁଅ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଭୁବନେଶ୍ବର : ବ୍ରାଉନ୍‌ସୁଗାର କାରବାର ‌ବେଳେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ବେଗୁନିଆ ଯଦୁପୁର ଅଞ୍ଚଳର ସେକ୍‌ ସଦାମ(୨୭)। ପୁଲିସ ତା’ଠାରୁ ୭ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଗୁରୁବାର ସକାଳେ ଜଣେ ଗ୍ରାହକକୁ ବ୍ରାଉନ୍‌ସୁଗାର ଦେବା ପାଇଁ ସଦାମ କରିଥିବା ଡିଲ୍‌ ମୁତାବକ ରଘୁନାଥନଗର ମୁନ୍‌ ମଣ୍ଡପ ନିକଟରେ ଗ୍ରାହକକୁ ଅପେକ୍ଷା କରିଥିବା ‌ବେଳେ ଖଣ୍ଡଗିରି ଥାନା ପୁଲିସର ଏକଟିମ୍‌ ଅଚାନକ ଚଢ଼ଉ କରି ତାକୁ କାବୁ କରିଥିଲା।

ବାପା ମା’ଙ୍କୁ ମାଡ଼ ମାରି ପୁଅ ଗିରଫ

ଭୁବନେଶ୍ବର : ବାପା ଓ ମା’ଙ୍କୁ ମାଡ଼ ମାରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ପୁଅକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ସୁଶାନ୍ତ ସେଠୀ ଓରଫ ଦୀପୁ(୩୨)। ପାରିବାରିକ କଳହ ଯୋଗୁଁ କିଛି ଦିନ ତଳେ ଦୀପୁଙ୍କ ବାପା ମା’ ନୟାଗଡ଼ରୁ ଭରତପୁରରେ ଥିବା ସାନପୁଅ ପାଖକୁ ଚାଲି ଆସିଥିଲେ। ଆଉ ଘରକୁ ଫେରି ନଥିଲେ। ଗତ ରାତିରେ ଦୀପୁ ସେଠାରେ ପହଞ୍ଚି ଜମିବାଡ଼ିକୁ ନେଇ ପାଟିତୁଣ୍ଡ କରିଥିଲା। ତା ନାଁରେ ଜମି କରିବା ପାଇଁ ଜିଦ୍‌ ଧରିଥିଲା। ବାପା ଜୟ ସେଠୀ ରାଜି ନ ହେବାରୁ ସେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ମା’ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଏସଂପର୍କରେ ଭରତପୁର ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe