ବ୍ୟବସାୟୀଙ୍କ ଘରୁ ଲୁଟ୍‌ ମାମଲ‌ା, ଜେଲ୍‌ ଗଲେ ଦୁଇ ଲୁଟେରା

Advertisment

ଲକ୍ଷାଧିକ ଟଙ୍କାର ଚୋରି ଅଳଙ୍କାର, ୬୫ ହଜାର ଟଙ୍କା, ସ୍କୁଟି ଜବତ

ଲକ୍ଷାଧିକ ଟଙ୍କାର ଚୋରି ଅଳଙ୍କାର, ୬୫ ହଜାର ଟଙ୍କା, ସ୍କୁଟି ଜବତ

ମହିଳାଙ୍କୁ ଯୌନ ନିର୍ଯାତନା; ଯୁବ ଇଞ୍ଜିନିୟର ଗିରଫ

the Indian express

ବାଲିଅନ୍ତା,: ସ୍ଥାନୀୟ ଜଗନ୍ନାଥପୁର ଗ୍ରାମରେ ଘଟିଥିବା ଏକ ଲୁଟ୍‌ ମାମଲାରେ ଆଜି ପାହାଳ ଫାଣ୍ଡି ପୁଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି। ଲୁଟେରାଦ୍ବୟ ହେଲେ, ପାହାଳ ଫାଣ୍ଡି ଅଧୀନ ଜଗନ୍ନାଥପୁର ନାଏକ ସାହିର ଲିଜନ ଓରଫ ବିନୋଦ କୁମାର ବେହେରା (୨୭) ଏବଂ ଉକ୍ତ ଗ୍ରାମ ଭୋଇ ସାହିର ବାପି ଓରଫ କରୁଣାକର ଭୋଇ (୨୮)। ଉଭୟଙ୍କ ଜାମିନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ସମେତ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳ ଚଢ଼ଉ କରି ଗତକାଲି ଉଭୟଙ୍କୁ ଗିରଫ କରିଥିଲେ। ପୁଲିସ ସେମାନଙ୍କ ନିକଟରୁ ନଗଦ ୬୫ହଜାର ଟଙ୍କା ସହିତ ଚୋରି ଟଙ୍କାରେ କିଣିଥିବା ସ୍କୁଟି ଏବଂ ଏକ ଦାମୀ ମୋବାଇଲ ଫୋନ୍‌ ଜବତ କରିଥିଲା। ଏହାଛଡ଼ା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ସମେତ ଦୁଇଟି ବ୍ୟାଙ୍କ ଚେକ୍‌ ଜବତ ହୋଇଛି।

ସୂଚନା ମୁତାବକ, ଜଗନ୍ନାଥପୁର ଗ୍ରାମର ବ୍ୟବସାୟୀ ରଞ୍ଜିତ ପାତ୍ର କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ପତ୍ନୀ ରଜନୀ ପାତ୍ରଙ୍କ ସମେତ ପିଲାମାନେ ଅନ୍ୟତ୍ର ରହୁଥିଲେ। ଗତ ୨୦ ତାରି‌ଖ ପୂର୍ବାହ୍ନ ୧୦ଟା ସମୟରେ ଲିଜନ ଏବଂ ବାପି ଘର ତାଲାଭାଙ୍ଗି ନଗଦ ୫ଲକ୍ଷ ଟଙ୍କା ସହିତ ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର ସହ ରୁପା ଗହଣା ଚୋରି କରି ନେଇଥିଲେ। ଏନେଇ ରଜନୀ ପାହାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଏହି ଚୋରି ଘଟଣାରେ ସଂପୃକ୍ତ ଅନ୍ୟ ଲୁଟେରାଙ୍କୁ କାବୁ କରିବାରେ ପୁଲିସ ଏଯାଏ ସଫଳ ହୋଇପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe